ମେଷ: ଅସୁସ୍ଥତା, ମାନସିକ ଅବସାଦ ଦେଇ ଗତି କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ । ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଗୁରୁଜନମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବଜାୟ ରଖିବା ଆବଶ୍ୟକ । ଆଜି ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ମଧୁମେହ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ । 

Advertisment


ବୃଷ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଅବାଞ୍ଛିତ ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ପରିବର୍ତ୍ତିତ ପରିବେଶ ହେତୁ କିଛି ନୂତନ ନୀତି ପ୍ରସ୍ତୁତ କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡ଼ିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନକରି କିଛିଟା ବିଳମ୍ବ କରନ୍ତୁ । ଋଣ କାରବାର କରନ୍ତୁ ନାହିଁ । ଅଧିକାଂଶ ସମୟ ଘର ବାହାରେ ଅତିବାହିତ ନ କରିବା ଭଲ । ଆଜି ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ । ଅତିରିକ୍ତ ମାନସିକ ପରିଶ୍ରମ ହେତୁ ଆପଣ ମୁଣ୍ଡବିନ୍ଧା ଭଳି ସମସ୍ୟାର ଶିକାର ହୋଇପାରନ୍ତି । 


ମିଥୁନ: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ଆପଣଙ୍କ ପ୍ରକୃତିରେ ବହୁତ ଭାବପ୍ରବଣତା ରହିବ । ତେବେ ଟିକିଏ ନକାରାତ୍ମକ ଜିନିଷ ମଧ୍ୟ ଆପଣଙ୍କୁ ବିବ୍ରତ କରିପାରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ । ଆୟ ସହିତ ଖର୍ଚ୍ଚର ମଧ୍ୟ ଆଧିକ୍ୟ ରହିବ । ନିଜର ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ବ୍ୟବସାୟ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ତେବେ ଏଥିରେ ସମ୍ଭାବ୍ୟ ପ୍ରତ୍ୟେକ ତ୍ରୁଟି ପ୍ରତି ସାବଧାନ ରହିବା ଉଚିତ । ଦରକାର ମନେହେଲେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଭଲ । କୌଣସି ଛୋଟ ଜିନିଷକୁ ନେଇ ଜୀବନସାଥୀଙ୍କ ସହ ଝଗଡା ନ ହେବା ଉଚିତ । ନିଜର ଆଚରଣକୁ ସକାରାତ୍ମକ ରଖିବା ଜରୁରୀ । ସୁଖାଦ୍ୟ ମିଳୁଛି ବୋଲି ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ ଏବଂ ମେଦବହୁଳତାକୁ ଜଗନ୍ତୁ । 


କର୍କଟ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ଆଶ୍ୱସ୍ତି ଅନୁଭବ କରିବେ ଏବଂ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର ଅନ୍ୟ କାର୍ଯ୍ୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ସମର୍ଥ ହେବେ । ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ । ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିପାରେ । ବୃଥା ବିବାଦ, କଳିଝଗଡ଼ା, ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରିଚାୟକ । ବ୍ୟବସାୟରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ । ସମସ୍ତ କାର୍ଯ୍ୟକଳାପ ସୁରୁଖୁରୁରେ କରାଯିବ । ଚାକିରି କରୁଥିବା ଲୋକମାନଙ୍କୁ ଛୁଟି ସମୟରେ ମଧ୍ୟ କାର୍ଯ୍ୟ କରିବାକୁ ପଡିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାକୁ ପଡ଼ିପାରେ । ଚାପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ । ବ୍ୟାୟାମ ଓ ଧ୍ୟାନରେ କିଛି ସମୟ ବିତାନ୍ତୁ । ମାନସିକ ଶାନ୍ତି ପାଇବେ । 


ସିଂହ: ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ । ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇ ପାରିବେ । କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଯୁବକମାନେ ସେମାନଙ୍କର ପ୍ରଥମ ରୋଜଗାର ପାଇ ଖୁସି ହେବେ । ଛାତ୍ରମାନେ ସେମାନଙ୍କର ଅଧ୍ୟୟନ ଉପରେ ଧ୍ୟାନ ଦେବା ଉଚିତ । ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନଦେଇ ଆପଣଙ୍କର କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ । ଯଦି କୌଣସି ଅଦାଲତ ମାମଲା ଚାଲିଛି, ତେବେ ଏହା ଉପରେ ଅତି ଯତ୍ନର ସହ କାର୍ଯ୍ୟ କରନ୍ତୁ । ଆପଣଙ୍କର ବ୍ୟବସାୟ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ । କାରଣ ଆପଣଙ୍କର ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ତାହା ଭଣ୍ଡୁର ହୋଇପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ନେବା ଉଚିତ । ପ୍ରେମ ସମ୍ପର୍କ ସୀମିତ ରହିବ । ଅଧିକ ଖାଇବା କାରଣରୁ ପେଟ ଗୋଳମାଳ ହୋଇପାରେ । 


କନ୍ୟା: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ଏହି ସମୟରେ ଗ୍ରହ ସ୍ଥିତି କିଛିଟା ଆପଣଙ୍କ ସପକ୍ଷରେ ଓ କିଛିଟା ବିପକ୍ଷରେ ରହିଛି । ଧୈର୍ଯ୍ୟ ଧରିଲେ ଲାଭର ନୂତନ ପଥ ଖୋଲିଯିବ । ଜଣେ ନିକଟ ସମ୍ପର୍କୀୟଙ୍କ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ପାଇବେ । ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ପିଲାମାନଙ୍କର କୌଣସି କାର୍ଯ୍ୟକଳାପ ହେତୁ ଘରେ ଅଶାନ୍ତି ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିଲେ ଆପଣଙ୍କ କାର୍ଯ୍ୟଭାର ଲାଘବ ହୋଇପାରେ । ଆଜି ମାର୍କେଟିଂ ଏବଂ ମିଡିଆ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ମନୋବଳକୁ ବଜାୟ ରଖିବ । ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । 


ତୁଳା: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ । ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ । ଆୟର ମାଧ୍ୟମ ଓ ପରିମାଣ ବୃଦ୍ଧି ପାଇବ । କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ଠିକ୍ ସମାଧାନ ମଧ୍ୟ ମିଳିଯିବ । ତେବେ ଅନ୍ୟମାନଙ୍କୁ ପରାମର୍ଶ ଦେବା ଅପେକ୍ଷା ନିଜ ଭିତରେ କିଛି ଭୁଲତ୍ରୁଟି ଥିଲେ ତାହା ସଂଶୋଧନ କରିବା ବୁଦ୍ଧିମତ୍ତାର କାର୍ଯ୍ୟ । ଆପଣ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କିନ୍ତୁ ବହୁତ କଠିନ ପରିଶ୍ରମ କରିବାର ମଧ୍ୟ ଆବଶ୍ୟକତା ଅଛି । ଭୁଲ ଖାଦ୍ୟ ଖାଇବା କାରଣରୁ ଗଳା ଖରାପ ହୋଇପାରେ । କୌଣସି କ୍ଷେତ୍ରରେ ବେପରୁଆ ହେବା ଅନୁଚିତ । 


ବିଛା: ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି । ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟୀ ହେବ । କିନ୍ତୁ ବେଳେବେଳେ ଆକ୍ରୋଶମୂଳକ ମନୋଭାବ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଧୈର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ କିଛି ସମୟ ବିତାନ୍ତୁ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି । ସମର୍ଥକ ଓ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ । ଚାକିରିଆମାନେ ସେମାନଙ୍କର ସ୍ଥାନାନ୍ତର ପାଇଁ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିବେ । ସ୍ୱାମୀ ବା ସ୍ତ୍ରୀର ପାରସ୍ପରିକ ସମ୍ପର୍କ ମଧୁର ରହିବ । 

ଧନୁ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କଲେ ସଫଳତା ପାଇପାରିବେ । କୌଣସି ଜିନିଷ ଉପରେ ଟେନ୍‌ସନ୍ ନିଅନ୍ତୁ ନାହିଁ । ଛାତ୍ରମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ କାରଣ ତାହା ଶିକ୍ଷାରେ ବାଧା ସୃଷ୍ଟି କରିପାରେ । ବ୍ୟବସାୟ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବ । ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ । 


ମକର: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି । ଆପଣ କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ସହିତ ନିଜ କାର୍ଯ୍ୟରେ ଧ୍ୟାନ ଦେବେ, ଯାହା ଆପଣଙ୍କୁ ଠିକ୍ ଫଳାଫଳ ଦେବ । ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ । ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଏହିପରି ଲୋକଙ୍କଠାରୁ ଦୂରରେ ରୁହନ୍ତୁ । ଆଜି ବାହାରର ଅଚିହ୍ନା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ । କାରଣ ଠକେଇର ଶିକାର ହୋଇପାରନ୍ତି । ଜୀବନସାଥୀ ସହିତ ସୁସମ୍ପର୍କ ରହିବ । ପରିବାର ପାଇଁ ମଧ୍ୟ ଆପଣ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରିବା ଆବଶ୍ୟକ । ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ । ସେପରି ହେଲେ ତାହାକୁ ସାମାନ୍ୟ ଭାବି ଅବହେଳା ନ କରି ଉପଯୁକ୍ତ ଚିକିତ୍ସା କରାଇବା ଆବଶ୍ୟକ । 
କୁମ୍ଭ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ନିଜର ବୁଦ୍ଧିବଳ ପ୍ରୟୋଗ କରି ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଘରେ ଖୁସିର ପରିବେଶ ରହିବ । ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ ଏବଂ ବନ୍ଧୁ ସମ୍ପର୍କରେ ଫାଟ ଦେଖାଦେଇପାରେ । କ୍ରୋଧ ବଦଳରେ ଧୈର୍ଯ୍ୟ ଓ ସଂଯମ ସହିତ ପରିସ୍ଥିତିକୁ ମୁକାବିଲା କରିବା ଆବଶ୍ୟକ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ । ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଲାଭ କରିବେ । ଆର୍ଥିକ ପରିସ୍ଥିତି ଭଲ ରହିବ । ଯୁବକମାନେ ସେମାନଙ୍କ କ୍ୟାରିୟର ପ୍ରତି ସଚେତନ ରହିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ ।

ମୀନ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ । କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ । ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ କାରଣ ସେମାନେ ଆପଣଙ୍କର ବଦନାମ କରିପାରନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି । କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ କିଛି ସମସ୍ୟା ଉପୁଜିପାରେ । ଚାପ ନେବା ପରିବର୍ତ୍ତେ ଏହାକୁ ବୁଝାମଣା ଭିତ୍ତିରେ ସମାଧାନ କରନ୍ତୁ ।