ବିଜୟ ଧାରାକୁ ଫେରିବ କି ଚେନ୍ନାଇ ! ପାଞ୍ଚ ଥରର ବିଜେତା ଖୋଜୁଛି ବିଜୟର ସୂତ୍ର

ଯଦି ଧୋନୀ ୧୦ ଓଭର ବ୍ୟାଟିଂ କରିପାରିବେନି ଆବଶ୍ୟକ ପଡିଲେ ବଡ଼ ସଟ୍‌ ଖେଳି ପାରିବେନି ତାହାଲେ ମ୍ୟାନେଜମେଣ୍ଟ୍‌ କାହିଁକି ଧୋନୀଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ଦେଉଛି ? ବଡ଼ ନାଁ ପାଇଁ ଖେଳାଯାଉଛି କି ?

ipl--

କନକ ବ୍ୟୁରୋ: ଆଜି ଆଇପିଏଲରେ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚଟି କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ବେଳେ ବାଜି ମାରିନେଇଥିଲା ଲକ୍ଷ୍ନୌ । ଦ୍ୱିତୀୟ ମ୍ୟାଚ୍‌ଟି ୟେଲୋ ଆର୍ମି ଅର୍ଥାତ ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଆଉ ଏହି ହାଇ-ଭୋଲଟେଜ ମ୍ୟାଚରେ ଚେନ୍ନାଇ ବିଜୟ ସହ ଟ୍ରାକକୁ ଫେରିବ କି ?  

ଦଳ ପାଇଁ ଧୋନୀ ବୋଝ !

ଡବଲ୍‌ ହେଡର ମ୍ୟାଚ୍‌ରେ ମୁଲ୍ଲାନପୁର ଗ୍ରାଉଣ୍ଡରେ ଖେଳାଯାଉଛି ହାଇ-ଭୋଲଟେଜ ମ୍ୟାଚ । ଚେନ୍ନାଇ ଓ ପଞ୍ଜାବ କିଏ ମାରିବ ବାଜି ? ଦୁଇ ଦଳରେ ରହିଛନ୍ତି ଅନେକ ଷ୍ଟାର ଖେଳାଳି, ଚଳିତ ଆଇପିଏଲରେ ଚେନ୍ନାଇଠାରୁ ପ୍ରଦର୍ଶନରେ ଆଗରେ ରହିଛି ପଞ୍ଜାବ । ପଞ୍ଜାବର ନୂଆ ଅଧିନାୟକ ଶ୍ରେୟାସ ଆୟର ବି ଚମତ୍କାର ଫର୍ମରେ ଅଛନ୍ତି । ଲଗାତାର ୩ଟି ମ୍ୟାଚ୍‌ ହାରି ଚେନ୍ନାଇ ଫ୍ୟାନ୍ସଙ୍କୁ ନିରାଶ କରିଛି । ଆଜିର ମ୍ୟାଚ୍‌ ଜିତିଲେ ଫ୍ୟାନ୍ସ ତ ନିଶ୍ଚିତ ଆଶ୍ବସ୍ତି ଅନୁଭବ କରିବେ । ଦଳ ହାରିବା ପଛରେ କ୍ରିକେଟ୍‌ ପଣ୍ଡିତମାନେ ଧୋନୀଙ୍କୁ ଦାୟୀ କରୁଛନ୍ତି, ଦରକାର ସମୟରେ ନା ଧୋନୀ ଆଗକୁ ଆସି ବ୍ୟାଟିଂ କରୁଛନ୍ତି ନା ଡାଉନ ଚେଞ୍ଜ୍‌ କରି ଆସିଲେ ବି ମ୍ୟାଚ୍‌ ଜିତାଉଛନ୍ତି, ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି, ଧୋନୀ ଆଉ ସେ ପୁରୁଣା ଧୋନୀ ହୋଇନାହାନ୍ତି । 

ଯଦି ଧୋନୀ ୧୦ ଓଭର ବ୍ୟାଟିଂ କରିପାରିବେନି, ଆବଶ୍ୟକ ପଡିଲେ ବଡ଼ ସଟ୍‌ ଖେଳି ପାରିବେନି ତାହାଲେ ମ୍ୟାନେଜମେଣ୍ଟ୍‌ କାହିଁକି ଧୋନୀଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ଦେଉଛି ? ବଡ଼ ନାଁ ପାଇଁ ଖେଳାଯାଉଛି କି ? ଦଳ ହାରିବା ପଛରେ ଧୋନୀଙ୍କ ବ୍ୟାଟ୍‌ ନଚାଲିବା ହିଁ ପ୍ରମୁଖ କାରଣ ଏକଥା ସତ । ଅନ୍ୟପଟେ ପଞ୍ଜାବ ଦଳରେ ଓପନିଂ ଯୋଡ଼ି ବେଶି ସମୟ ତିଷ୍ଠି ପାରୁନାହିଁ ହେଲେ ଶ୍ରେୟସ, ଷ୍ଟୋଇନିସ୍, ନେହାଲ ଓ ଶଶାଙ୍କ ସିଂହ ପରି ମ୍ୟାଚ୍‌ ୱିନର ଅଛନ୍ତି, ସମସ୍ତ ଖେଳାଳି ମଧ୍ୟ ଭଲ ଫର୍ମରେ ଅଛନ୍ତି । ଚେନ୍ନାଇକୁ  ଜିତିବାକୁ ହେଲେ ମଧ୍ୟକ୍ରମରେ ଖାସ କରି ଶିବମ ଦୁବେ ଓ ଜାଡେଜାଙ୍କୁ ଭଲ ବ୍ୟାଟିଂ କରିବାକୁ ପଡିବ । ୨୦୨୨ ପରଠାରୁ ପଞ୍ଜାବ ଚେନ୍ନାଇ ବିପକ୍ଷରେ ପାଞ୍ଚଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ଦବ୍‌ଦବା ଜାହିର କରିଛି । ପଞ୍ଜାବ ପାଖରେ ମଧ୍ୟ ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି ମାର୍କୋ ଜାନସେନ, ଅର୍ଶଦୀପ ଓ ଫର୍ଗୁସନଙ୍କ ପରି ୱିକେଟ୍‌ ଟେକର୍‌ ବୋଲର ୟେଲୋ ଆର୍ମିର ଚିନ୍ତା ବଢାଇ ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe