କନକ ବ୍ୟୁରୋ : ଏସିଆ କପ୍ରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ସୁପର-ଫୋରରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା । ଆବୁଧାବିରେ ରାତି ୮ ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ଭଳି । କାରଣ ଯିଏ ହାରିବ ସିଏ ବିଦା ହେବ । ରେକର୍ଡକୁ ଦେଖିଲେ, ଶ୍ରୀଲଙ୍କାର ପଲ୍ଲା ଭାରି ରହିଛି । ଯଦିଓ ଉଭୟ ଟିମ୍ ୩ ବର୍ଷ ହେବ ପରସ୍ପରକୁ ଭେଟିନାହାନ୍ତି କିନ୍ତୁ ପାକିସ୍ତାନ ବିପକ୍ଷରେ ଖେଳିଥିବା ଶେଷ ୫ଟି ଯାକ ଟି-ଟ୍ବେଣ୍ଟି ମ୍ୟାଚକୁ ଜିତିନେଇଛି ଶ୍ରୀଲଙ୍କା । ଆଉ ଆବୁଧାବି ପିଚ୍ରେ ଖେଳିଥିବା ଶେଷ ୨ଟି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କା ଜିତିଛି । ଆବୁଧାବି ପିଚ୍ କହୁଛି, ଏଠାରେ ଆଜି ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ ।
ଏସିଆ କପ୍ରେ ଆଜି କର ବା ମର ମ୍ୟାଚ୍ : ସୁପର-ଫୋରରେ ମୁହାଁମୁହିଁ ହେବେ ପାକିସ୍ତାନ-ଶ୍ରୀଲଙ୍କା
ଆବୁଧାବିରେ ରାତି ୮ ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ଭଳି । କାରଣ ଯିଏ ହାରିବ ସିଏ ବିଦା ହେବ ।
/kanak/media/media_files/2025/09/23/pak-srilanka-2025-09-23-08-14-04.jpg)