କନକ ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା । ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ଗତକାଲି ୧୦ ପ୍ଳାଟୁନ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିଥିଲେ । ୧ ନମ୍ବର, ୨ ନମ୍ବର, ୩ ନମ୍ବର ଏବଂ ୫ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ଶତାଧିକ ରୁମରେ ତାଲା ଭାଙ୍ଗି ନୂଆ ତାଲା ପକାଯାଇଥିଲା । ଅଣଛାତ୍ର କବଜା କରିଥିବା ରୁମ୍କୁ ସିଲ୍ କରାଯାଇଛି । କେବଳ ହଷ୍ଟେଲ ନୁହେଁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ଅଣଛାତ୍ରମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କର୍ତ୍ତୃପକ୍ଷ । ଏଥିପାଇଁ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜଗିବ ପୁଲିସ । ଆଇକାର୍ଡ ଦେଖାଇଲେ କ୍ୟାମ୍ପସରେ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଉଛି ।
ଆଜି ବାଣୀବିହାର ବନ୍ଦ ଡ଼ାକରା : ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବା ପରେ କ୍ୟାମ୍ପସରେ ଚାପା ଉତ୍ତେଜନା
ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ ।
/kanak/media/media_files/2025/09/09/vanivihar-2025-09-09-08-04-09.jpg)