ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ବୈଷୟିକ ସର୍ଭେ, ୧୦ଦିନ ମଧ୍ୟରେ ଆସିବ ଚୂଡ଼ାନ୍ତ ରିପୋର୍ଟ

Advertisment

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ବୈଷୟିକ ସର୍ଭେ । ଜିପିଆର୍ ସର୍ଭେର ଦ୍ଵିତୀୟ ଦିନରେ ଭିତର ଓ ବାହାର ରତ୍ନଭଣ୍ଡାର ବିଷୟରେ ଅଧିକା ଡାଟା ଜେନେରେଟ କରିବ ଏନଜିଆରଆଇ ଟିମ । ରତ୍ନଭଣ୍ଡାର ଚଟାଣ କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ ଜିପିଆର୍ ସିଷ୍ଟମ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ବୈଷୟିକ ସର୍ଭେ । ଜିପିଆର୍ ସର୍ଭେର ଦ୍ଵିତୀୟ ଦିନରେ ଭିତର ଓ ବାହାର ରତ୍ନଭଣ୍ଡାର ବିଷୟରେ ଅଧିକା ଡାଟା ଜେନେରେଟ କରିବ ଏନଜିଆରଆଇ ଟିମ । ରତ୍ନଭଣ୍ଡାର ଚଟାଣ କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ ଜିପିଆର୍ ସିଷ୍ଟମ

team

କନକବ୍ୟୁରୋ: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ବୈଷୟିକ ସର୍ଭେ। ଜିପିଆର୍ ସର୍ଭେର ଦ୍ଵିତୀୟ ଦିନରେ ଭିତର ଓ ବାହାର ରତ୍ନଭଣ୍ଡାର ବିଷୟରେ ଅଧିକା ଡାଟା ଜେନେରେଟ କରିବ ଏନଜିଆରଆଇ ଟିମ । ରତ୍ନଭଣ୍ଡାର ଚଟାଣ କାନ୍ଥ ତଳେ କଣ ସବୁ ରହିଛି ସେନେଇ ତଥ୍ୟ ଦେବ ଜିପିଆର୍ ସିଷ୍ଟମ । ଅସୁରକ୍ଷିତ ରତ୍ନଭଣ୍ଡାରର ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ଯାଞ୍ଚ ଉପରେ ଗୁରୁତ୍ଵ ଦିଆଯିବ । 

ସେପ୍ଟେମ୍ବର ୨୩ରେ ତିନି ଦିନିଆ ସର୍ଭେ ସରିବା ପରେ ୧୦ ଦିନ ମଧ୍ୟରେ ଆସିବ ଚୂଡାନ୍ତ ରିପୋର୍ଟ । ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟରୁ ପରଦା ହଟିବ । ଗତକାଲି ପ୍ରଥମ ଦିନ ପେନିଟ୍ରେଟିଂ ସର୍ଭେରେ ପ୍ରାୟ ୩ ଘଣ୍ଟା ୫୦ ମିନିଟ୍ ଧରି ତନ୍ନ ତନ୍ନ କରି ଭିତର ଓ ବାହାର ରତ୍ନ ଭଣ୍ଡାରରେ ଯାଞ୍ଚ କରିଛନ୍ତି ଏନଜିଆରଆଇ ବୈଜ୍ଞାନିକ । 

୩ ଜଣିଆ ଏନଜିଆରଆଇ ବୈଜ୍ଞାନିକ, ୩ ଜଣିଆ ଏଏସଆଇ ବୈଷୟିକ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥିତି ବିଷୟରେ ରେଡିଓ ଆକ୍ଟିଭ ୱେଭ ମାଧ୍ୟମରେ ଅଧିକ ତଥ୍ୟ ଯୋଗାଡ କରିପାରିଛି। ଏହି ଆଧାରରେ ହେବ ରତ୍ନ ଭଣ୍ଡାର ମରାମତି ।

ଗତକାଲି ପ୍ରାୟ ପ୍ରତି ଅଧ ମିଟର ଦୂରତା ଅନ୍ତରରେ ରତ୍ନ ଭଣ୍ଡାର ଚଟାଣରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି । ସର୍ଭେ ପାଇଁ ତିନିଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରାଯାଇଥିଲା। ପ୍ରାୟ ୧୦ ମିଟର ପର୍ୟ୍ୟନ୍ତ ସଂରଚନାକୁ ଏହା ଠାବ କରିପାରିବାର କ୍ଷମତା ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe