କନକ ବ୍ୟୁରୋ: ଆଜି ବିଧାନସଭାରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ଯଥାବିଧି ଭାବେ ବିଧାୟକ ଓ ମନ୍ତ୍ରୀମାନେ ପ୍ରଶ୍ନ ପଚାରିବା ସହ ଉତ୍ତର ରଖୁଥିବା ଦେଖିବାକୁ ମିଳୁଛି । କାଲିର ହଟ୍ଟଗୋଳ ପରେ ଆଜି ପରିସ୍ଥିତିରେ ସୁଧାର ଆସିଛି ।
କାଲିର ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଯେଉଁଭଳି ଭାବରେ ଲୋକପ୍ରତିନିଧିମାନେ ହଙ୍ଗାମା କଲେ, ଠେଲାପେଲା ହେଲେ ତାହା ଅତି ନିନ୍ଦନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ପରେ ଆଜି ଗୃହରେ କଟକଣା ଦେଖିବାକୁ ମିଳିଛି । କାଲିର ଘଟଣାର ଭିଡିଓ ଭାଇରାଲ ହେବା ପରେ ଆଜିଠୁ ବିଧାନସଭା ଭିତରକୁ ସାମ୍ବାଦିକଙ୍କୁ ମୋବାଇଲ ମନା ହୋଇଛି । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଯାହାକୁ ବିରୋଧ କରି ବିଧାନସଭାରେ ପ୍ରଶ୍ନକାଳକୁ ବଏକଟ କରିଛନ୍ତି ସାମ୍ବାଦିକ ।