କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ବିଆର ଗୱାଇ। ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ । ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । ଆଇନଜୀବୀ ଓ ବିଚାପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଆଜି ଜଷ୍ଟିସ୍ ବିଆର ଗୱାଇ ପ୍ରଧାନ ବିଚାପତି ଭାବେ ଶପଥ ନେବେ । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ।
ଆଜି ଶପଥ ନେବେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ଜଷ୍ଟିସ ବିଆର ଗୱାଇଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । ଆଇନଜୀବୀ ଓ ବିଚାପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
/kanak/media/media_files/2025/05/14/HJrDnQ7hPtvwN2LH5y3N.jpg)