କନକବ୍ୟୁରୋ : ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶୌର୍ୟ୍ୟ ଓ ସାମର୍ଥ୍ୟ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।
ଏହି ସମାରୋହରେ ଦେଶ-ବିଦେଶର ବହୁ ନେତା ଏବଂ ବିଶିଷ୍ଟ ଅତିଥି ଯୋଗଦେବେ । ଏହାର ମୁଖ୍ୟ ଆକର୍ଷଣ ରହିବ ପରେଡ୍ । ତେବେ ପରେଡ ପୂର୍ବରୁ ଏନସିସି କ୍ୟାଡେଟ୍ ଓ କଳାକାର ମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କ ମନୋବଳ ବଢ଼ାଇବା ସହ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି । ସେହିପରି ପରେଡରେ ଅଂଶଗ୍ରହଣ କରିବାକୁ ଥିବା କଳାକାରମାନେ ମଧ୍ୟ ନିଜ ନିଜର କଳା ପ୍ରଦର୍ଶନ କରିଛନ୍ତି । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିବେ ।