କନକ ବ୍ୟୁରୋ : ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୧୨ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା । ୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର , ଭଦ୍ରକ ,ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ,ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର କୁ ସତର୍କ ସୂଚନା ରହିଥିବା ବିବେଳେ ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଦେଇଛି ବିଭାଗ। ସେହିପରି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସମ୍ବଲପୁର, ଦେଓଗଡ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଂଜାମ ,ରାୟଗଡା, କଳାହାଣ୍ଡି ଓ କନ୍ଧମାଳ କୁ ସତର୍କତା ସହ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆଜି ୪ ଜିଲ୍ଲା ମୟୁରଭଂଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ କୁଆପଥର ବର୍ଷା ସହ ଝଡି ପବନ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୪ ଯାଏଁ ଏଭଳି ସ୍ଥିତି ରହିବା ସହ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଆଜି ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା । ଝଡ ପବନ ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ
୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର , ଭଦ୍ରକ ,ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ,ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର କୁ ସତର୍କ ସୂଚନା ରହିଥିବା ବିବେଳେ ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଦେଇଛି ବିଭାଗ। ସେହିପରି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସମ୍ବଲପୁର, ଦେଓଗଡ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଜପତି, ଗଂଜାମ ,ରାୟଗଡା, କଳାହାଣ୍ଡି ଓ କନ୍ଧମାଳ କୁ ସତର୍କତା ସହ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
/kanak/media/media_files/2025/02/23/mTBsXfANN1nw2mO3HRcA.jpg)