ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ୍ ଟଙ୍କା । ମିଳିବ ୧୮ ତମ କିସ୍ତି ଟଙ୍କା

ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ୍ ଟଙ୍କା । ମିଳିବ ୧୮ ତମ କିସ୍ତି ଟଙ୍କା,୯ କୋଟି ୫୦ ଲକ୍ଷ ହିତାଧିକାରୀ ହେବେ ଉପକୃତ, ଆକାଉଣ୍ଟକୁ ଯିବ ୨୦ ହଜାର କୋଟିରୁ ଅଧିକ ଟଙ୍କା

2pm
କନକ ବ୍ୟୁରୋ: ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନାର ୧୮ ତମ କିସ୍ତି ଦେବେ ପ୍ରଧାନମନ୍ତ୍ରୀ । ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ଟ୍ରାନ୍ସଫର କରାଯିବ । 
ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେହିଠାରୁ ନରେନ୍ଦ୍ର ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ୧୮ ତମ କିସ୍ତି ଜାରି ହେବା ପରେ ପିଏମ୍‌ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ।  
ଚାଷୀଙ୍କୁ ପିଏମ୍‌ କିଷାନ ଟଙ୍କା
- ଚାଷୀ ପାଇବେ ପିଏମ୍ କିଷାନ ଟଙ୍କା
- ୯ କୋଟି ୫୦ ଲକ୍ଷ ଚାଷୀ ହେବେ ଉପକୃତ
- ୨୦ ହଜାର କୋଟିରୁ ଅଧିକ ଟଙ୍କା ହେବ ଟ୍ରାନ୍ସଫର
- ମହାରାଷ୍ଟ୍ର ୱାସିମ୍‌ରୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ
- ପ୍ରତିବର୍ଷ ତିନିଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା
- ତିନିଟି କିସ୍ତିରେ ମୋଟ୍ ୬ ହଜାର ଟଙ୍କା ଚାଷୀଙ୍କୁ ମିଳୁଛି
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe