କନକ ବ୍ୟୁରୋ: ଭାରତ ସହ ପଙ୍ଗା ନେଇ ଛାରଖାର ହୋଇଯାଇଛି ପାକିସ୍ତାନ । ପହଲଗାମ୍ ଆକ୍ରମଣ ପାକିସ୍ତାନ ପାଇଁ ମହଙ୍ଗା ପଡିଛି । ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବଡ ଆକ୍ରମଣ କରିଛି ଭାରତ । ପାକିସ୍ତାନ୍ ଉପରେ ଭାରତ ଗୋଟିଏ ପରେ ଗୋଟିଏ ମିସାଇଲ୍ ସଫଳ ଭାବେ ମାଡ କରିଥିବା ବେଳେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ମିସାଇଲ୍ ଫେଲ୍ ମାରିଥିବା ଦେଖିବାକୁ ମିଳିଛି । ଆଉ ଠିକ୍ ଏହି ଭଳି ପରିସ୍ଥିତି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କିଛି ଏହିଭଳି ଫଟୋ...
/kanak/media/media_files/2025/05/09/2Umqp85cHUFy41jk8Gny.jpeg)
ସୁଦର୍ଶନ ଚକ୍ର
ଏହି ଫଟୋରେ ଦେଖିପାରୁଥିବେ ଭଗବାନ ବିଷ୍ଣୁଙ୍କ ହାତରେ ରହିଛି ସୁଦର୍ଶନ ଚକ୍ର । ଆଉ ଏହି ସୁଦର୍ଶନ ଚକ୍ର ହିଁ ଭାରତକୁ ବିପଦରୁ ବଞ୍ଚାଇ ଆସିଛି । ଋଷରୁ ଆସିଥିବା ଏସ୍-୪୦୦କୁ ଏବେ ଭାରତର ସୁଦର୍ଶନ ଚକ୍ର ବୋଲି କୁହାଯାଉଛି । କାରଣ ଯେତେବେଳେ ଭାରତ ଉପରେ ପାକିସ୍ତାନ ମିସାଇଲ୍ ମାଡ କରିବା ପାଇଁ ମିସାଇଲ୍ ନିକ୍ଷେପ କରିଥିଲା, ସେତେବେଳେ ସୁଦର୍ଶନ ଚକ୍ର ପରି ଆକାଶମାର୍ଗରେ ସବୁ ମିସାଇଲ୍, ଡ୍ରୋନ୍କୁ ଆକାଶମାର୍ଗରେ ହିଁ ଧ୍ୱଂସ କରିଦେଇଛି ଏସ୍-୪୦୦ । ଯାହାର କିଛି ଏଆଇ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
/kanak/media/media_files/2025/05/09/nphmYL8PIObLWTvaeOkE.jpeg)
ଜୟ ହନୁମାନ
ଏହି ଫଟୋରେ ଦେଖିପାରୁଥିବେ ମହାବଳୀ ବୀର ହନୁମାନ ସେନା ଯବାନଙ୍କୁ ଆଶୀର୍ବାଦ ଦେଉଛନ୍ତି । ଶତ୍ରୁ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରୁଛନ୍ତି । ଆଉ ମହାବଳୀଙ୍କ ଆଶୀର୍ବାଦ ନେଇ ଶତ୍ରୁକୁ ବିନାସ କରୁଛି ଭାରତୀୟ ସେନା ।
/kanak/media/media_files/2025/05/09/GvyCPq9bnzRNKvPwwGbM.jpeg)
ଲଙ୍କା ପରି ପାକିସ୍ତାନ ଜଳୁଛି
ଯେପରି ନିଆଁର ଆଁରେ ଲଙ୍କା ଜଳୁଥିଲା, ସେହିପରି ଆଜି ପାକିସ୍ତାନ୍ ଜଳୁଛି । ଯେପରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇ ଲଙ୍କାକୁ ଜାଳି ପୋଡି ଛାରଖାର କରିଦେଇଥିଲେ ପ୍ରଭୁ ହନୁମାନ୍, ସେହିପରି ଆଜି ମହାବଳୀ ହନୁମାନଙ୍କ ଆଶୀର୍ବାଦ ନେଇ ପାକିସ୍ତାନ ଜାଳୁଛି ଭାରତୀୟ ସେନା ।
/kanak/media/media_files/2025/05/09/WGS9s4T4EC7NxHCVVb3E.jpeg)
ଭାରତମାତା କି ଜୟ
ଭାରତ ଆମ ମା' ସେ ସବୁ ସହିବ କିନ୍ତୁ ତା ପିଲାର କଷ୍ଟ କେବେ ବି ସହିବ ନାହିଁ । ତା ପିଲାଙ୍କ ଉପରେ ଯିଏ ବି ଖରାପ ଦୃଷ୍ଟି ପକାଇବ । ଯିଏ ବି ତା ପିଲାକୁ ହାନି ପହଞ୍ଚାଇବ ସେ କେବେ ବି ତାକୁ ଛାଡିବନି । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଏବେ ପାକିସ୍ତାନ ଦେଖୁଛି । ଭାରତ ମାତାର ସନ୍ତାନ ଉପରେ ଆକ୍ରମଣ କରିଥିବା, ଏବେ ଭାରତ ମାତାଙ୍କ ପାଦ ତଳେ ମରି ପଡିଛି ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କ ଶବ ।
/kanak/media/media_files/2025/05/09/Rp3imLqP7gregyd1l8AR.jpeg)
ମାଟିରେ ମିଶିଲା ଚାଇନା ମାଲ୍
ଏହି ଫଟୋ ଅନେକ କଥା କହୁଛି । ଗୋଟିଏ ପଟେ ଭାରତର ସୁଦର୍ଶନ ଚକ୍ର ବା ଏସ୍-୪୦୦ ଅନ୍ୟପଟେ ପାକିସ୍ତାନ ଚୀନରୁ ଆଣିଥିବା ଏଚ୍.କ୍ୟୁ-୯ର ଫଟୋ ରହିଛି । ଏସ୍-୪୦୦ ଭାରତର ରକ୍ଷା କବଚ ସାଜିଥିବା ବେଳେ ପାକିସ୍ତାନ ଆଣିଥିବା ଚାଇନା ମାଲ୍ ଏଚ୍.କ୍ୟୁ-୯ ଆଣ୍ଟି ମିଜାଇଲ୍ ସିଷ୍ଟମକୁ ଭାରତର ସାମାନ୍ୟ ଡ୍ରୋନ୍ ହିଁ ନଷ୍ଟ କରିଦେଇଛି । ଏଥିରୁ ଭାରତର ଶକ୍ତି, ସେନାର ପରାକ୍ରମ, ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ରର ଲକ୍ଷଭେଦି କ୍ଷମତା ପ୍ରମାଣ ହେଉଛି ।
/kanak/media/media_files/2025/05/09/hmdsY1uussm1fh6ZRlKK.jpeg)
ତୁମେ ଆରମରେ ଶୁଅ, ମୁଁ ତୁମ ସୁରକ୍ଷା କରୁଛି
ଏହି ଫଟୋ ହିଁ ବୟାନ୍ କରୁଛି ଭାରତୀୟ ସେନା, ଭାରତୀୟ ଯବାନ ଆମମାନଙ୍କ ପାଇଁ କେତେ କଷ୍ଟ ସହୁଛନ୍ତି । ଆମେ ରାତିରେ ଶାନ୍ତିରେ ଏଥିପାଇଁ ଶୋଇଯାଉଛୁ, କାହିଁନା ଆମ ସେନା, ଆମ ଯବାନ ସୀମାରେ ଶତ୍ରୁକୁ ଅହରହ ଜଗିରହିଛନ୍ତି । ସବୁ କଷ୍ଟକୁ ସହି ଆମକୁ ସୁରକ୍ଷା ଦେଉଛନ୍ତି, ମାଟି ମାଆ ପାଇଁ ଲଢି ଲଢି ଦିନେ ସହିଦ ହୋଇଯାଉଛନ୍ତି । ଏଥିରୁ ହିଁ ସ୍ପଷ୍ଟ ହେଉଛି ଆମ ସେନା ଆମ ଯବାନ୍ ଆମ ପାଇଁ କେତେ କଷ୍ଟ କରୁଛନ୍ତି ।
ଶେଷରେ ଆମେ ଏତିକି କହିବୁ ଜୟ ହିନ୍ଦ୍, ଜୟ ଯବାନ...