କନକ ବ୍ୟୁରୋ : ଆଜି ନୂଆଁଖାଇ । ମା’ଙ୍କୁ ନବାନ୍ନ ଲାଗି ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି । ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିଛି । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ । 

ନୂଆଁଖାଇ ପୂର୍ବରୁ ନିଶା କାରବାର ରୋକିବାକୁ ଆକ୍ସନ ମୋଡ୍‌ରେ ପ୍ରଶାସନ । ପ୍ରଶାସନ, ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ କରିଛି ଚଢ଼ାଉ । ବରଗଡ଼ରେ ଦିନକୁ ଦିନ ଚୋରା ମଦ, ଗଞ୍ଜେଇ ଓ କୋରେକ୍ସ କାରବାର ବଢ଼ି ଚାଲିଛି । ଆଉ ଏହାକୁ ରୋକିବାକୁ ଏବେ ଅଣ୍ଟା ଭିଡ଼ିଛି ପ୍ରଶାସନ । ସହରର ସରକାରୀ ଓ ବେସରକାରୀ ବସଷ୍ଟାଣ୍ଡ, ହସ୍ପିଟାଲ, ଭଟଲିଛକ ଅଞ୍ଚଳରେ ଚଢ଼ାଉ କରିଛି ସ୍ବତନ୍ତ୍ର ଟିମ୍ । ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଥିବା ବେଳେ ବିଭିନ୍ନ ଦୋକାନରୁ କିଛି କିଛି ଅବକାରୀ ସାମଗ୍ରୀ ମଧ୍ୟ ଜବତ୍ ହୋଇଛି । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।