କନକ ବ୍ୟୁରୋ : ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଦତ୍ତ ମହାପାତ୍ର ସେବାୟତଙ୍କ ଦ୍ଵାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ସାନ୍ନିଧ୍ୟ ଲାଭ କରିବେ ଭକ୍ତ । କାଲି ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଓ ସାଢେ ୭ଟାରେ ଦଶଅବତାର ଠାକୁର ବାହୁଡା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ହେବ । ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ । ଏହା ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିବ ।
ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ସେପଟେ ରଥଟଣାକୁ ନେଇ ପୁଲିସ ବିଭାଗର ମକଡ୍ରିଲ କରାଯିବ । ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯିବ । ଏଡିଜି ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/25/agh-2025-06-25-09-37-02.jpg)