କନକ ବ୍ୟୁରୋ: ମହାନବମୀରେ ଉଠୁଛିପଡୁଛି ସାରା ରାଜ୍ୟ । ମଣ୍ଡପରେ ଆଜି ନବମୀ ପୂଜା ଓ ଶକ୍ତିପୀଠରେ ଦଶମୀ ପୂଜା କରାଯାଇଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସବୁଠି ଏବେ ଉତ୍ସବର ମାହୋଲ । ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜାମଣ୍ଡପ । ବିଶେଷକକରି କଟକ ମାଆଙ୍କ ସୁନା, ଚାନ୍ଦି ମେଢ ଓ ଭୁବନେଶ୍ୱର ସୁଉଚ୍ଚ ତୋରଣ ଲୋକଙ୍କ ମନ ମୋହିଛି ।
ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମଣ୍ଡପରେ ନବମୀ ପୂଜା ପାଳିତ ହେଉଥିବାଳେ ପୀଠରେ ଦଶମୀ ପୂଜା ପାଳିତ ହେଉଛି । କଟକରେ ମା’ଙ୍କ ସୁନା ଚାନ୍ଦି ମେଢ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମା’ଙ୍କୁ ଦର୍ଶନ କରିବା ଲାଗି ରାତି ବଢିବା ସହ ଭକ୍ତଙ୍କ ଗହଳି ମଧ୍ୟ ବଢୁଛି । ସେହିଭଳି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳା ଭକ୍ତଙ୍କୁ ଆକର୍ଷିତ କରିଛି । ନବମୀ ହୋଇଥିବାରୁ ଲୋକଙ୍କ ଗହଳି ବଢୁଛି । ବାଲେଶ୍ବରରେ ବି ମା’ଙ୍କ ପୂଜାର୍ଚ୍ଚନା ଚାଲିଛି ।
କେବଳ ଟ୍ୱିନ୍ ସିଟି ନୁହେଁ, ପୂଜା ପାଇଁ ସବୁଠି ସାରା ରାଜ୍ୟରେ ଉତ୍ସବର ମାହୋଲ । ବ୍ରହ୍ମପୁରର ବିଭିନ୍ନ ପୂଜା ମଣ୍ଡପରେ ମା' ବିରାଜିଛନ୍ତି । ଏଠାରେ ନବଦିନାତ୍ମକ ପୂଜା ଚାଲିଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାଉରକେଲାର ଗଜପତି ମାର୍କେଟରେ ଅବିକଳ ଶ୍ରୀମନ୍ଦିର ଭିତରେ ପୂଜା ପାଉଛନ୍ତି ମାଆ । ଏଠାରେ ପୂଜାର ୨୫ ବର୍ଷ ପୂର୍ତ୍ତି ହୋଇଥିବାରୁ କିଛି ନିଆରା କରିବାକୁ ଉଦ୍ୟମ କରାଯାଇଛି । ବାଲେଶ୍ୱରରେ ବି ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ଆସନ୍ତାକାଲି ମଣ୍ଡପରେ ଦଶମୀ ପୂଜା । ଏହାସହ ନବଦିନାତ୍ମକ ପୂଜାର ହେବ ଅନ୍ତ । ମା' ନେବେ ମେଲାଣି । ମା’ଙ୍କ ଭସାଣି ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/9i5MWQjQyovbpKa0Gb0Z.jpg)