କନକ ବ୍ୟୁରୋ: ଆଜି କନକ ନ୍ୟୁଜ୍ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍କ୍ଲେଭ୍-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେବ । ରାଜ୍ୟପାଳ ହରିବାବୁ କମ୍ଭମପାଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଏହାସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ୍ ସମ୍ପାଦକ ତନୟା ପଟ୍ଟନାୟକ ଉପସ୍ଥିତ ରହିବେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀର ପ୍ରଥମ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଯୋଗ ଦେବେ । ଦ୍ବିତୀୟ ଅଧିବେଶନରେ ସୋଆର କ୍ବାଣ୍ଟମ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ପ୍ରୋ ଭିସି ଅଜୟ କୁମାର ନାୟକ ଭାଗ ନେବେ । ତୃତୀୟ ଅଧିବେଶନରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ଅରବିନ୍ଦ ମହାପାତ୍ର, ଚତୁର୍ଥ ଅଧିବେଶନରେ ମାଟ୍ରିକ୍ ପରୀକ୍ଷାର ସଫଳ ଛାତ୍ରଛାତ୍ରୀ ଅର୍ପିତା ଆଚାର୍ଯ୍ୟ, ଡାନିଏଲ ଲେଙ୍କା, ଡମ୍ବରୁ ଲେଙ୍କା ଓ ସୌର୍ଯ୍ୟଜିତ ପ୍ରଧାନ ଏବଂ ଶେଷ ଅଧିବେଶନରେ ଓଷ୍ଟାର ସାଧାରଣ ସଂପାଦକ ରଂଜନ ଦାଶ, ଶିକ୍ଷାବିତ୍ ପ୍ରଫେସର ସତ୍ୟକାମ ମିଶ୍ର ଓ ଡିଏଭି ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ପ୍ରଫେସର ଡ. ଡିଏନ୍ ମିଶ୍ର ଭାଗନେବାର କାର୍ଯ୍ୟକ୍ରମ ରହିଛି ।
ଆଜି କନକ ନ୍ୟୁଜ୍ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍କ୍ଲେଭ୍-୨୦୨୫: ଯୋଗ ଦେବେ ରାଜ୍ୟପାଳ ହରିବାବୁ କମ୍ଭମପାଟି
ଆଜି କନକ ନ୍ୟୁଜ୍ ପକ୍ଷରୁ ଓଡ଼ିଶା ଶିକ୍ଷା କନ୍କ୍ଲେଭ୍-୨୦୨୫ ‘ଉତ୍କର୍ଷ’ ଅନୁଷ୍ଠିତ ହେବ । ରାଜ୍ୟପାଳ ହରିବାବୁ କମ୍ଭମପାଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଏହାସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ୍ ସମ୍ପାଦକ ତନୟା ପଟ୍ଟନାୟକ ଉପସ୍ଥିତ ରହିବେ ।
/kanak/media/media_files/2025/05/11/rZdTwzX0S2VzhXeMwVl9.jpg)