ଆସିଛନ୍ତି ଗଣନାଥ ଗଣେଶ ; ପୂଜା ପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ, ଦୁଲୁକୁଛି ପୂଜାମଣ୍ଡପ

ଆଜି ଆସିଛନ୍ତି ବିଘ୍ନବିନାଶକ ଗଣେଶ । ଏଥିପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ। ବିଭିନ୍ନ କ୍ଲବ ପାଖରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶଙ୍କ ପୂଜାକୁ ସରସ, ସୁନ୍ଦର କରିବା ପାଇଁ ଲାଗିପଡିଛନ୍ତି ଲୋକେ । 

ଅଦ୍ୟତନ ହୋଇଛି
sri----

କନକ ବ୍ୟୁରୋ: ଧରାଧାମକୁ ଆସିଛନ୍ତି ବିଘ୍ନବିନାଶକ ଗଣେଶ । ଏଥିପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ । ବିଭିନ୍ନ କ୍ଲବ ପାଖରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶଙ୍କ ପୂଜାକୁ ସରସ, ସୁନ୍ଦର କରିବା ପାଇଁ ଲାଗିପଡିଛନ୍ତି ଲୋକେ । 

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି । ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରାଦୀପ ଆଦି ସହରରେ ବଡ଼ ଧରଣର ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୂଜା ପାଇଁ ବଜାରରେ ମଧ୍ୟ ଭିଓ ଦେଖିବାକୁ ମଳିଛି । ଚାହିଦା ଅନୁଯାୟୀ ଲଡୁ ଗଣେଶ, ବାଲକ୍ରୀଷ୍ଣ ଗଣେଶ, ବୁଢା ଗଣେଶ ଭଳି ଆକର୍ଷଣୀୟ ମୂର୍ତ୍ତି ଗଢିଛନ୍ତି କାରିଗର । ଗହଳିକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଗ୍ରହଣ ହୋଇଛି । ଟ୍ୱିନ୍ ସିଟିରେ ଏଥର ଭସାଣୀ ଉତ୍ସବରେ ଡିଜେ ବ୍ୟାନ୍ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe