କନକ ବ୍ୟୁରୋ: ଦହିବରା ଦିବସକୁ ବେଶ୍ ଧୁମ୍ ଧାମରେ ପାଳନ କରୁଛନ୍ତି କଟକିଆ ମାନେ । ସାରାବିଶ୍ବ ଦରବାରେ କଟକର ଦହିବରାକୁ ମିଳିଛି ଏକ ସ୍ଵତନ୍ତ୍ର ସ୍ଥାନ । ଏହି ଅବସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଇନ୍ କଟକ ପ୍ୟାଭିଲନରେ ଆୟୋଜିତ ହୋଇଥିଲା ନିଆରା ଦହିବରା ଦିବସ । କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ବାବୁଲା, ରଘୁ, ତ୍ରିନାଥ, ପ୍ରତାପ ଦହିବରା ସମେତ ମିଲେଟ୍ ଦହିବରା ମଧ୍ୟ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ । ସେହିଭଳି ଏହି କାର୍ଯ୍ୟକ୍ରମରେ କଟକ ମେୟର, ଜିଲ୍ଲାପାଳ, ସିନେ ଅଭିନେତା ଶ୍ରୀତମ ଦାସ ଏବଂ ସହର ର ବୁଦ୍ଧିଜୀବି ମାନେ ପହଞ୍ଚି ଦହିବରା ବ୍ୟବସାୟୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହାପରେ କଟକ ମେୟର ସୁବାଷ ସିଂ ବିଧିବଦ୍ଧ ଭାବେ ଏହାକୁ ଉଦଘାଟନ କରିଥିଲେ । କଟକ ଦହିବରା ର ଯେଉଁଭଳି ଚାହିଦା ରହିଛି । ଆଗାମୀ ଦିନରେ ଦହିବରାକୁ କିଭଳି ଜିଆଇ ମାନ୍ୟତା ଦିଆଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ କଟକର ଯେଉଁ ଦହିବରା ଆଳୁଦମ୍ ବିଶ୍ଵ ସ୍ତରରେ ଏତେ ଖ୍ୟାତି ଅର୍ଜନ କରିଛି ତା'କୁ ଏପର୍ଯ୍ୟନ୍ତ ମିଳିନି ୟୁନିସ୍କୋ କି ଜିଆଇ ମାନ୍ୟତା । ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ସହର ର ବୁଦ୍ଧିଜୀବି ମହଲରେ ।
ଅଧିକ ପଢନ୍ତୁ: ଆଜି ବିଶ୍ବ ଦହିବରା ଦିବସ : ଯିଏ ଖାଇଛି ସିଏ କହିଛି ଓଃ କି ସ୍ୱାଦିଷ୍ଟ....
ରବିବାର ସକାଳୁ ସକାଳୁ ସହରବାସୀ ଛୁଟି ଆସିଥିଲେ ବାଲିଯାତ୍ରା ତଳ ପଡ଼ିଆକୁ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବା ସହ ଦହିବରା ର ବେଶ୍ ମଜା ଉଠାଇଥିଲେ । କଟକିଆଙ୍କ ଦହିବରା ପ୍ରତି ଭଲ ପାଇବା କିଛି ଅଲଗା । ସକାଳର ଜଳଖିଆ ଠୁ ନେଇ ରାତିର ଡିନର ପର୍ଯ୍ୟନ୍ତ ଦହିବରାକୁ ଉପଭୋଗ କରିଥାଉ ବୋଲି କହିଛନ୍ତି ଦର୍ଶକ । ଏପଟେ କଟକର ଦହିବରା ବ୍ୟବସାୟୀ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଯଦି ଆହୁରି ତତ୍ପର ଦେଖାନ୍ତା ତେବେ ବିଶ୍ଵ ଦରବାର ରେ କଟକ ଦହିବରା ର ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି କହିଛନ୍ତି ଦହିବରା ବ୍ୟବସାୟୀ ମାନେ । ଆଜି ଦହିବରା ଦିବସ ପାଳନ କରୁଛେ । ହେଲେ ଏହି ଦହିବରାକୁ କେବେ ଜିଆଇ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/03/01/dahibara-aloodum-2026-03-01-14-26-20.jpg)