କନକ ବ୍ୟୁରୋ: ଖବରକାଗଜରେ କୌଣସି ଖବରକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ପରିବେଷଣ କରିବାର ସୁନ୍ଦର ମାଧ୍ୟମ ହେଉଛି କାର୍ଟୁନ୍ । ଗୁରୁତର ପ୍ରସଙ୍ଗରେ ନେତାଙ୍କୁ ଗଠନମୂଳକ ସମାଲୋଚନା କରିବାର ସହଜ ମାଧ୍ୟମ ହେଉଛି କାର୍ଟୁନ୍। କିନ୍ତୁ ଧୀରେଧୀରେ କାର୍ଟୁନ ହଜିବାକୁ ବସିଲାଣି । ରିଲ୍ସ ଆଉ ମିମ୍ସ ସାମ୍ନାରେ କାର୍ଟୁନ ଫିକା ପଡ଼ିଛି । କାର୍ଟୁନିଷ୍ଟଙ୍କ ଭୂମିକା ନେଇଛି ଘିବ୍ଲି । ତେଣୁ ଆଗକୁ ଖବରକାଗଜରେ କିଭଳି କାର୍ଟୁନ ମାଧ୍ୟମରେ ଖବର ପ୍ରକାଶ ପାଇବ, ସେ ଦିଗରେ ଚିନ୍ତା କରିବାର ସମୟ ଆସିଛି ବୋଲି କାର୍ଟୁନିଷ୍ଟ ମତ ଦେଇଛନ୍ତି ।
ଆଜିର ଦିନରେ ନିଜର ସ୍ଥିତି ଖୋଜୁଛନ୍ତି ପ୍ରତିଷ୍ଠିତ କାର୍ଟୁନିଷ୍ଟ। ପକେଟ କାର୍ଟୁନ ଖବରକାଗଜରୁ ଉଠିଗଲାଣି । ଯୁବପିଢ଼ି ମଧ୍ୟ କାର୍ଟୁନ୍ ପ୍ରତି ସେତେଟା ଆଗ୍ରହ ଦେଖାଉ ନାହାନ୍ତି । ସଠିକ ଭାବରେ ପରିଶ୍ରମ କଲେ ଏହାକୁ ପ୍ୟାସନ୍ ଓ ପ୍ରଫେସନ କରିହେବ ବୋଲି କହିଛନ୍ତି ଯୁବ ଯୁବ ବ୍ୟଙ୍ଗ ଚିତ୍ରକର । ଦିନେ ରାଜନେତାମାନଙ୍କ କାର୍ଟୁନ ଚହଳ ପକାଉଥିଲା । ରାଜନୀତି ଉପରେ କାର୍ଟୁନ ଓ କାର୍ଟୁନିଷ୍ଟଙ୍କ ତୂଳୀର ପ୍ରଭାବ ରହୁଥିଲା । କିନ୍ତୁ ଆଜି କାର୍ଟୁନିଷ୍ଟ ନିଜର ସ୍ଥିତି ଖୋଜୁଛନ୍ତି ।