କନକବ୍ୟୁରୋ : ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।
୨୦୨୨-୨୩ ଓ ୨୦୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ ।
ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି । ସେପଟେ ଏନେଇ କଳାକାର ମାନେ ମଧ୍ୟ ସଚେତନ କରିଛନ୍ତି ତେବେ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ୟାନସରକୁ ବି ମାତ ଦେଇଛନ୍ତି। ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ହିନା ଖାନ, କ୍ରିକେଟର ୟୁବରାଜ ସିଂଙ୍କ ଭଳି ଅନେକ ବ୍ୟକ୍ତି କ୍ୟାନସରକୁ ହରାଇଛନ୍ତି । ଆଉ ଆଜି ବିଶ୍ବ କର୍କଟ ଦିବସ ଅବସରରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଏମାନେ ।
ଖାଲି ଏତିକି ନୁହେଁ , ପୃଥିବୀରେ ସବୁଠୁ ଘାତକ ରୋଗ ଭାବେ କ୍ୟାନସର ଜଣାଯାଏ । ଆଜି ବି ଅନେକ ଲୋକ ଅଛନ୍ତି, ଯେଉଁମାନେ କ୍ୟାନସର ରୋଗୀଙ୍କ ଘୃଣ୍ୟ ଦୃଷ୍ଟିରେ ଦେଖନ୍ତି । ସମାଜରେ କର୍କଟ ରୋଗ ପ୍ରତି ଜନସଚେତନା ସୃଷ୍ଟି ପାଇଁ ଫେବୃଆରୀ ୪କୁ କର୍କଟ ଦିବସ ରୂପେ ପାଳନ କରାଯାଉଛି । ତେବେ କ୍ୟାନସର ଅନେକ ଲକ୍ଷଣ ହୋଇପାରେ, ଯେମିତିକି
ଆପଣ ଜାଣନ୍ତି କି ଏହାର ଲକ୍ଷଣ ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ
ଭୋକ ନ ଲାଗିବା ବା କମ୍ ଭୋକ ଲାଗିବ ।
ହଠାତ୍ ଓଜନ ହ୍ରାସ ପାଇବା ।
ଖାଦ୍ୟ ଗିଳିବାରେ ସମସ୍ୟା ହେବା ।
କଥା କହିବା ସମୟରେ ଯନ୍ତ୍ରଣା ଅନୁଭବ ହେବା ।
ଆରାମ ନେବା ପରେ ଥକ୍କା ଲାଗିବା ।
କ୍ଷତ ହୋଇଥିଲେ ଭଲ ନହେବା ।
ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ।
କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ । ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ରହୁଥିବ ଦେଶ ଗୁଡ଼ିକରେ ନିରକ୍ଷରତା ହିଁ କର୍କଟର ମୁଖ୍ୟ କାରଣ ହୋଇଥିବା ବେଳେ ଉପଯୁକ୍ତ ଶିକ୍ଷା ଓ ସଚେତନତା ଦ୍ୱାରା ହିଁ ଏହାର ନିରାକରଣ ହୋଇପାରିବ। ଏହାକୁ ମାତ ଦେଇହେବ ଯଦି ଆପଣ ସଚେତନ ହେବେ ନିଜକୁ ସୁସ୍ଥ ରଖିବେ ସଚେତନ ରହିବେ ସୁସ୍ଥ ଜୀବନଶୈଳୀ ଦ୍ୱାରା ହିଁ କର୍କଟ ରୋଗକୁ ମାତ ଦେଇହେବ ଆଜି ବିଶ୍ବ କର୍କଟ ଦିବସ