ମହିଳା କ୍ରିକେଟ୍ ବିଶ୍ବକପ୍ ; ଭାରତ- ପାକିସ୍ତାନ ମୁହାଁମୁହିଁ

ଆଜି ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଦିନିକିଆ ମହିଳା ବିଶ୍ବକପର ଗ୍ରୁପ୍-ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବ ।

16

କନକ ବ୍ୟୁରୋ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଦିନିକିଆ ମହିଳା ବିଶ୍ବକପର ଗ୍ରୁପ୍-ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବ । ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଏବେବି ଥମିନଥିବାବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ପୁଣି ମ୍ୟାଚ୍  ହେବ । ଏସିଆ କପରେ ଭାରତ ପାକିସ୍ତାନକୁ ୩ ଥର ହରାଇ ଚମ୍ପିଆନ ହୋଇଥିବା ବେଳେ ଆଜି ପାକିସ୍ତାନ ମହିଳା ଟିମକୁ ଧୁଳି ଚଟାଇବା ଲକ୍ଷ୍ୟରେ ଭାରତ ।  

ପୂର୍ବ ମ୍ୟାଚରେ ବାଂଲାଦେଶଠୁ ପାକିସ୍ତାନ ପରାଜୟ ବରଣ କରିଥିବାବେଳେ ଭାରତ ପୂର୍ବ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିଲା । ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ମହିଳା ଟିମ୍ ଗୋଟିଏ ବି ମ୍ୟାଚ୍ ଭାରତ ବିପକ୍ଷରେ ଜିତିନାହିଁ । ବଡ଼ କଥା ହେଉଛି ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ଅଧିନାୟକମାନେ ପରସ୍ପର ହାତ ମିଳାଇବେ ନା ନାହିଁ ତାହା ଉପରେ ନଜର ରହିଛି । ବିସିସିଆରର ଜଣେ ଶୀର୍ଷ ଅଧିକାରୀ ମହିଳା ବିଶ୍ୱକପ୍ ମ୍ୟାଚରେ ହ୍ୟାଣ୍ଡସେକ୍ କରିବେ ନାହିଁ ବୋଲି କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe