କନକବ୍ୟୁରୋ :ଆଜି ବିଶ୍ବକର୍ମା ପୂଜା । ବିଶ୍ବ ବିନ୍ଧାଣୀଙ୍କ ଆବାହନ ପାଇଁ ଗାଁ ଠୁ ସହର ସବୁ ଚଳଚଞ୍ଚଳ । ଶିଳ୍ପାନୁଷ୍ଠାନ ଗୁଡିକରୁ ଆରମ୍ଭ କରି ବଡ ବଡ଼ କାର୍ୟ୍ୟାଳୟରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି । ବିଶ୍ବକର୍ମା ପୂଜା ପାଇଁ ବନ୍ଦର ନଗରୀ ପାରାଦୀପ ହୋଇପଡିଛି ଉତ୍ସବ ମୁଖର । କୋଭିଡର ସ୍ଥାଣୁତା ପରେ ଚଳିତ ବର୍ଷ ପୁଣି ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଧୂମଧାମରେ ପୂଜା ଆୟୋଜନ କରିଛନ୍ତି । ଆକର୍ଷଣୀୟ ତୋରଣ ସଜେଇଛନ୍ତି । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ହେବ। ଶୁଭ ମୁହୂର୍ତ୍ତ ଦେଖି ଆଜି ସନ୍ଧ୍ୟା ପର୍ୟ୍ୟନ୍ତ କଳସ ବୁଡା ଏବଂ ଚକ୍ଷୁଦାନ ଆଦି ପୂଜାର୍ଚ୍ଚନା ଚାଲିବ।

Advertisment