କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ଆଜି ଏହାର ତୃତୀୟ ଦିନ । ଆଜିର କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ନେଇ ହେବ ଆଲୋଚନା । ଏଥିରେ ଆଇଫରେଷ୍ଟର ସଭାପତି ଓ ସିଇଓ ଚନ୍ଦ୍ରଭୂଷଣ ଯୋଗଦେଇ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସମ୍ବାଦର ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ,ପ୍ରତିଟି ବିକାଶ ଏକ ଉତ୍ତମ ପରିବେଶ ଖୋଜେ । ଭୁବନେଶ୍ୱର ଏବେ ଉତ୍ତପ୍ତ ପରିବେଶକୁ ନେଇ ଅସୁବିଧାରେ ଅଛି । ଗତବର୍ଷ ଲଗାତାର ୧୭ ଦିନ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା । ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବା ଆବଶ୍ୟକ ।
- ଆରମ୍ଭ ହେଲା ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀର ତୃତୀୟ ଦିନ
— Kanak News (@kanak_news) October 8, 2025
- ପରିବେଶ ସୁରକ୍ଷା ନେଇ ହେବ ଆଲୋଚନା #EarthAgain2025#ClimateActionNow#SustainableFuture#ClimateAction#GreenFuture#Conference#Odisha#KanakNews@tanaya_ppic.twitter.com/LgclictDca
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/08/43-2025-10-08-11-44-04.jpg)