ଶ୍ରୀମନ୍ଦିରରେ ପଞ୍ଚକର ତୃତୀୟ ଦିନ ; ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଶ୍ରୀମନ୍ଦିରରେ ପଞ୍ଚକର ଆଜି ତୃତୀୟ ଦିନ, ଶ୍ରଦ୍ଧାଳୁଙ୍କୁ ଡାଳିକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବି ଦେଖିବାକୁ ମିଳିଲାଣି।

1s

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପଞ୍ଚକର ଆଜି ତୃତୀୟ ଦିନ, ଶ୍ରଦ୍ଧାଳୁଙ୍କୁ ଡାଳିକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବି ଦେଖିବାକୁ ମିଳିଲାଣି। ମହାପ୍ରଭୁଙ୍କ ବାମନ ଅବତାରର ସର୍ବମୟ ସ୍ୱରୂପକୁ ମନେ ପକାଇ ଏହି ବେଶ କରାଯାଇଥାଏ। 

ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଆରମ୍ଭ ହେବ। ଖୁଣ୍ଟିଆ, ଚାଙ୍ଗଡ଼ା, ମେକାପ ଓ ସିଂହାରୀ ସେବକମାନେ ଏହି ବେଶ କରାଇବେ। ମସ୍ତକରେ ସୁନା କିରୀଟ, ଚନ୍ଦ୍ର-ସୂର୍ୟ୍ୟ ସାଙ୍ଗକୁ ସୋଲ, କନା, ବେତ, କଇଁଥ ଅଠା ଆଦି ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯିବ। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଧାରଣ କରିବେ। ଅବକାଶଠାରୁ ଭୋଗମଣ୍ଡପ ପର୍ୟ୍ୟନ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବେ। ଏହି ସମୟରେ ଶ୍ରୀମନ୍ଦିରରେ ଶରତ ରାହାସ ମଧ୍ୟ ଅନୁଷ୍ଠିତ କରାଯାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe