କନକ ବ୍ୟୁରୋ:  ଆଜି ଭୁବନେଶ୍ବର ପାଇଁ ବିଶ୍ବର ସବୁଠାରୁ ଛୋଟ ଦିନ । ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ । ସେହିପରି ରାତି ସମୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ବୋଲି ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ୨୧ ତାରିଖରେ ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନ ସମୟ ୧୦ ଘଣ୍ଟା ୫୪ ମିନିଟ୍‌ ଓ ୧୧ ଘଣ୍ଟା ୦୧ ମିନିଟ୍‌ ରହିବ। ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଡିସେମ୍ବର ୨୫କୁ ସମସ୍ତେ ବଡ଼ ଦିନ ଭାବେ ପାଳନ କରନ୍ତି ।

Advertisment

ହେଲେ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତରୁତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏବଂ ଏହି ଦିନଟି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତ ଦିନର ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ । ଏହା ପରଠରୁ ଧୀରେ ଧୀରେ ଦିନର ସମୟ ଲମ୍ବା ହୁଏ । ସେହିପରି ମାର୍ଚ୍ଚ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ସମୟ ଅବଧି ସମାନ ହୁଏ । ଜୁନ୍ ୨୧ ଓ ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ ।