ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-୨୦ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍ ।

Advertisment

ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍ । ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତ । ଟିମ୍ ଇଣ୍ଡିଆର ସ୍ପିନରଙ୍କୁ ନେଇ ଚିନ୍ତାରେ ଇଂଲଣ୍ଡ ।

ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍ । ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତ । ଟିମ୍ ଇଣ୍ଡିଆର ସ୍ପିନରଙ୍କୁ ନେଇ ଚିନ୍ତାରେ ଇଂଲଣ୍ଡ ।

ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-୨୦

Photograph: (kanaknews)

କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ସଂଧ୍ୟାରେ ମ୍ୟାଚ୍ ଖେଳାଯିବ। ୫ ଟିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତୀୟ ଦଳର ସ୍ପିନ୍‌କୁ ନେଇ ଚିନ୍ତାରେ ରହିଛି ଭ୍ରମଣକାରୀ ଦଳ ଇଂଲଣ୍ଡ । ଦଳରେ ରହିଥିବା ଅନେକ ଯୁବ ଖେଳାଳିଙ୍କ ଭାରତରେ ଖେଳିବାର ଅଭିଜ୍ଞତା ନାହିଁ । ଚେପକ୍ ପିଚ୍ ମଧ୍ୟ ସ୍ପିନରଙ୍କୁ ବେଶ୍ ସୁହାଇଥାଏ ।

ତେଣୁ ଏଠାରେ ବି ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା ପାଇଁ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସହଜ ହେବ ନାହିଁ। ଆଜି ଇଂଲଣ୍ଡ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଜାକବ ବେଥେଲ ଅସୁସ୍ଥ ଥିବାରୁ ସେ ଆଜିର ମ୍ୟାଚ୍ ଖେଳିନପାରନ୍ତି। ତାଙ୍କ ସ୍ଥାନରେ ଜାମି ସ୍ମିଥ୍‌ଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ସେହିପରି ଅର୍ଶଦୀପ ସିଂଙ୍କ ନିକଟରେ ଆଜି ଆଉ ଏକ ରେକର୍ଡ କରିବାର ସୁଯୋଗ ରହିଛି । ଆଜି ଆଉ ୩ଟି ୱିକେଟ୍ ନେଲେ ପ୍ରଥମ ଭାରତୀୟ ଭାବେ ଟି-୨୦ରେ ୧୦୦ ୱିକେଟ୍ ପୂରଣ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe