କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଗୃହକାର୍ଯ୍ୟ ଆଜି ସ୍ବାଭାବିକ ହେବ ନା ଗତକାଲି ଭଳି ହଂଗାମାରେ ଶେଷ ହେବ, ତାରି ଉପରେ ନଜର। ପ୍ରଥମ ଦିନରେ କନ୍ଧମାଳ ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଘଟଣାରେ ବିଚାର ବିଭାଗୟୀ ତଦନ୍ତ ଦାବି କରିଛନ୍ତି। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ ।
ଆରଡିସିସ୍ତରୀୟ ତଦନ୍ତ ଯଥେଷ୍ଟ ନୁହେଁ । ଅନାହାର ମୃତ୍ୟୁ ପଛର କାରଣ ସରକାର ଖୋଜନ୍ତୁ ବୋଲି କଂଗ୍ରେସ କହିଛି । କଂଗ୍ରେସ ଓ ବିଜେଡିର ହଙ୍ଗାମା ଭିତରେ ଶେଷ ହୋଇଛି ବିଧାନସଭାର ପ୍ରଥମ ଦିନ । ତେଣୁ ଆଜି ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ କିଭଳି ରହିବ, ତାହା ବଡ଼ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/27/dCyQ9OhXFYvQS0uo1Ymf.jpg)