କନକ ନ୍ୟୁଜ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ଆଜି ଏହାର ଦ୍ବିତୀୟ ଦିନ । ପୁନଶ୍ଚ ପୃଥିବୀ ସମ୍ମିଳନୀର ଦ୍ବିତୀୟ ଦିନରେ ଜଳଦାନରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ । ଜଳଦାନ କଲେ ଭାରତର ଜଳ ମଣିଷ ଡଃ. ରାଜେନ୍ଦ୍ର ସିଂ, ସମ୍ୱାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ । ମଙ୍ଗଳବାର ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଏକ ସ୍ଥାୟୀ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ବିଷୟରେ ଭାରତର ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂହ କହିଲେ, ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଆମକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥାଏ । ଏକବିଂଶ ଶତାବ୍ଦୀ ମରୁଡ଼ିର ଶତାବ୍ଦୀ । ଆମର ନଦୀ ଶୁଖିବାରେ ଲାଗିଛି ।
ଆଜି ପୁନଶ୍ଚ ପୃଥିବୀ ସମ୍ମିଳନୀର ଦ୍ବିତୀୟ ଦିନ
— Kanak News (@kanak_news) October 7, 2025
ଜଳଦାନରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ
ଜଳଦାନ କଲେ ଭାରତର ଜଳ ମଣିଷ ଡଃ. ରାଜେନ୍ଦ୍ର ସିଂ, ସମ୍ୱାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ#EarthAgain2025#Climate#Sustainability#Odisha#KanakNews@EarthAgain_IN@tanaya_p@watermanofindiapic.twitter.com/FAuxOnKsq5
ଆମେ ଆମର ବର୍ତ୍ତମାନକୁ ଦେଖିବାର ଆବଶ୍ୟକତା ସହିତ ଭଲ ଭବିଷ୍ୟତ ପାଇଁ ଅତୀତ ଉପରେ ଦୃଷ୍ଟି ପକାଇବା ଜରୁରୀ। ସମ୍ପ୍ରତି ମୃତ୍ତିକା, ଜଳ, ପରିବେଶ ବିଗିଡ଼ି ଯାଇଛି । ବେଦରେ ନଦୀ ଏବଂ ପ୍ରକୃତି ସମ୍ପର୍କରେ କୁହାଯାଇଛି । ସାଢ଼େ ୧୨ ହଜାର ବର୍ଷ ତଳେ ଅଥର୍ବ ବେଦ ଲେଖାଯାଇଥିଲା । ଏଥିରେ କୁହାଯାଇଛି, ହେ ପୃଥିବୀ ମାତା ଯିଏ ଆପଣଙ୍କୂ ପୀଡ଼ା ଦେଉଛି ଆପଣ ତାକୁ ବଧ କରନ୍ତୁ । ଏଥିରେ ଉଲ୍ଲେଖ କରାଯାଇଛି, ନଦୀମାନଙ୍କୁ କୌଣସି ପ୍ରତିବନ୍ଧକ ନଦେଇ ସେମାନଙ୍କର ଗତିକୁ ସ୍ବାଧିନତା ଦିଆଯିବା ଉଚିତ୍ । ପ୍ରତ୍ୟେକ ବର୍ଷା ବିନ୍ଦୁକୁ ପୋଷଣ କରନ୍ତୁ ଏବଂ ତାର ସଂରକ୍ଷଣ କରନ୍ତୁ । ସେଇ ଅନୁଯାୟୀ ନିଜର ଜୀବନର ଗତିପଥକୁ ସୁସଂଯୋଜିତ କରନ୍ତୁ ବୋଲି କହିଛନ୍ତି ଡକ୍ଟର ରାଜେନ୍ଦ୍ର ସିଂହ ।