ଆଜି ଆଇପିଏଲ ନିଲାମୀର ଦ୍ୱିତୀୟ ଦିନ : ଅନେକ ବିଦେଶୀ ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ସାଉଦି ଆରବରେ ବସିଛି ଆଇପିଏଲର ନିଲାମୀ ହାଟ । ଆଉ ଏହି ନିଲାମି ହାଟରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା । କିନ୍ତୁ ଏମିତି କିଛି ଖେଳାଳି ରହିଥିଲେ ,ଯାହାଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା ଯେ ସେମାନେ ବେସ ପ୍ରାଇସ ଠାରୁ ଅନେକ ଟଙ୍କାରେ କିଣା ହେବେ ବୋଲି

1334

କନକବ୍ୟୁରୋ : ସାଉଦି ଆରବରେ ବସିଛି  ଆଇପିଏଲର ନିଲାମୀ ହାଟ  । ଆଉ ଏହି ନିଲାମି ହାଟରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା  । କିନ୍ତୁ ଏମିତି କିଛି ଖେଳାଳି ରହିଥିଲେ ,ଯାହାଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା  ଯେ ସେମାନେ ବେସ ପ୍ରାଇସ ଠାରୁ ଅନେକ ଟଙ୍କାରେ କିଣା ହେବେ ବୋଲି , ନଜର ପକାନ୍ତୁ ସେହି ଲିଷ୍ଟରେ ଥିବା ଖେଳାଳୀ ମାନଙ୍କ ଉପରେ  । ଆଶାନୁରୂପ ଟଙ୍କା ପାଇନଥିଲେ ଏହି ୫ ଖେଳାଳି ଦେଖନ୍ତୁ କେଉଁମାନେ ପାଇନଥିଲେ ଆଶାନୁରୁପ ଫଳ 

କେଏଲ ରାହୁଲ - ୧୪ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

ଆଇପିଏଲ୍ ୨୦୨୪ ପରେ କେଏଲ୍ ରାହୁଲଙ୍କୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମୁକ୍ତ କରିଥିଲା। ସେ ଜଣେ ଅଧିନାୟକ, ବିଶ୍ୱସ୍ତରୀୟ ୱିକେଟ୍ ରକ୍ଷକ ଏବଂ ଜଣେ ଶୀର୍ଷ ବ୍ୟାଟ୍ସମ୍ୟାନ୍ ଥିଲେ। ଏଭଳି ପ୍ରତିଭାକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ବିଡ୍ ଅତି କମ୍ରେ ୨୦ରୁ ୨୫ କୋଟି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ମାତ୍ର ୧୪ କୋଟି ଟଙ୍କାରେ କିଣିଥିଲା 

ଗ୍ଲେନ୍ ମ୍ୟାକ୍ସୱେଲ୍ - ୪.୨୦ କୋଟି (ପଞ୍ଜାବ କିଙ୍ଗ୍ସ)
ଗ୍ଲେନ ମ୍ୟାକ୍ସୱେଲ ୨୦୨୦ ରୁ ଆରସିବି ପାଇଁ ଖେଳୁଥିଲେ ଏବଂ ଗତ ସିଜନରେ ଖେଳିବା ପାଇଁ ତାଙ୍କୁ ୧୧ କୋଟି ଟଙ୍କା ମିଳିଥିଲା  । କିନ୍ତୁ ଏଥର ପଞ୍ଜାବ କିଙ୍ଗ୍ସ ତାଙ୍କୁ ମାତ୍ର ୪.୨୦ କୋଟି ଟଙ୍କାରେ କିଣିଛି। ମ୍ୟାକ୍ସୱେଲଙ୍କୁ ଶେଷ ଥର ପାଇଁ ୨୦୧୭ରେ ପଞ୍ଜାବ ପକ୍ଷରୁ ଖେଳିବାକୁ ଦେଖିବାକୁ ମିଳିଥିଲା।

ରାଚିନ୍ ରବୀନ୍ଦ୍ର - ୪ କୋଟି ଟଙ୍କା (ସିଏସ୍କେ)

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ବେଳେ ଗତ ସିଜନରେ ରଚିନ ରବୀନ୍ଦ୍ର  ଆଇପିଏଲ୍ ପଦାର୍ପଣ କରିଥିଲେ  । ଗତ ସିଜନରେ ସେ ସିଏସ୍କେ ପକ୍ଷରୁ ଖେଳିଥିଲେ ।ଧୂଆଧାର ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ ଏହି କିୱି ଖେଳାଳି  । ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ରବୀନ୍ଦ୍ରଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି କିନ୍ତୁ ବର୍ତ୍ତମାନ ୪ କୋଟି ଟଙ୍କାରେ ତାଙ୍କୁ କିଣାଯାଇଛି   ।

୪. ଏଡେନ୍ ମାର୍କରାମ - ୨ କୋଟି (ଏଲ୍ଏସଜି)

ଦକ୍ଷିଣ ଆଫ୍ରିକା ଦଳର ବର୍ତ୍ତମାନର ଅଧିନାୟକ ହେଉଛନ୍ତି ଏଡେନ୍ ମାର୍କରାମ । ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କ ବେସ୍ ପ୍ରାଇସ୍ ଅର୍ଥାତ୍ ୨ କୋଟି ଟଙ୍କାରେ କିଣିଥିଲା। ମାର୍କରାମ ଆଇପିଏଲରେ ସନ୍ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ମଧ୍ୟ ରହିଥିଲେ  ଏବଂ ତାଙ୍କ କ୍ରିକେଟ ଆଇକ୍ୟୁ ମଧ୍ୟ ଚମତ୍କାର । ଏହା ସତ୍ତ୍ୱେ କେହି ତାଙ୍କ ଉପରେ ୨ କୋଟିରୁ ଅଧିକ ଟଙ୍କା ବିଡ୍ କରିନଥିଲେ  ।

୫ ମିଚେଲ ମାର୍ଶ - ୩.୪୦ କୋଟି ଟଙ୍କା (ଏଲଏସଜି)

ମିଚେଲ ମାର୍ଶ ବ୍ୟାଟିଂରେ ବଡ଼ ଧରଣର ହିଟ୍ ମାରିବା ପାଇଁ ପ୍ରସିଦ୍ଧ ଏବଂ ବୋଲିଂ ରେ ମଧ୍ୟ କ୍ରମାଗତ ଭାବେ ୱିକେଟ୍ ନେଉଛନ୍ତି । କହିବାକୁ ଗଲେ ଟି-୨୦ ଫରମାର୍ଟରେ ଜଣେ ସଫଳ ଅଲ-ରାଉଣ୍ଡର ସେ ତାଙ୍କ ଆଇପିଏଲ୍ କ୍ୟାରିୟରରେ ୬୬୬ ରନ୍ କରିବା ସହ ୩୭ ୱିକେଟ୍ ନେଇଛନ୍ତି  । ଗତ ସିଜନରେ ଖେଳିବା ପାଇଁ ଦିଲ୍ଲୀ ତାଙ୍କୁ ୬.୫୦ କୋଟି ଟଙ୍କା ଦେଇଥିଲା, କିନ୍ତୁ ଏଥର ଲକ୍ଷ୍ନୌ ତାଙ୍କୁ ୩.୪୦ କୋଟି ଟଙ୍କା ଦେଇ ଶସ୍ତାରେ କିଣିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe