କନକବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍‌ କି ବାତ୍। ବର୍ଷର ଶେଷ ମନ୍‌ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜି ହେଉଛି ୧୧୭ ତମ ମନ୍‌ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍‌ କି ବାତ୍ ।   ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ କାର୍ୟ୍ୟକ୍ରମ ବନ୍ଦ ରହିଥିଲା। ନଭେମ୍ବର ମାସରେ ହୋଇଥିବା  ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ, ସ୍ବାମୀ ବିବେକାନନ୍ଦ ଓ ଏନ୍‌ସିସି ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜିର କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ଅନ୍ୟ କିଛି ପ୍ରସଙ୍ଗ ଉଠାଇ ପାରନ୍ତି ।
--

Advertisment