କନକ ବ୍ୟୁରୋ: ଜନତା ମୈଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀର ଆଜି ଶେଷ ଦିନ। ଉଦଯାପନୀ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟ ମାନଙ୍କ ମଧ୍ୟରେ ଚୟନିତ ସଦସ୍ୟ ମାନଙ୍କୁ ସେମାନଙ୍କ ଉପଲବ୍ଧି ଗୁଡ଼ିକ ପାଇଁ ସମ୍ମାନିତ କରିବେ ରାଷ୍ଟ୍ରପତି।
ଆଜି ପୂର୍ବାହ୍ନରେ ରାଜଭବନରୁ ସିଧାସଳଖ ଜନତା ମୈଦାନ ଅଭିମୁଖେ ଯାଇ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେବେ। ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପୂର୍ବରୁ ନାମ ଘୋଷଣା କରାଯାଇଛି । ୮ ତାରିଖରୁ ଆରମ୍ଭ ହୋଇଥିବା ବିରାଟ ସମ୍ମିଳନୀକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରବାସୀ ମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଆଜି ରାଷ୍ଟ୍ରପତି ପ୍ରବାସୀ ମାନଙ୍କ ପାଇଁ ନିଜ ଅଭିଭାଷଣରେ ବକ୍ତବ୍ୟ ରଖିବେ ।
Follow Us