କନକବ୍ୟୁରୋ : ଆଜି ପବିତ୍ର ବସନ୍ତ ପଞ୍ଚମୀ । ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା   ।   ଧରାପୃଷ୍ଠକୁ ଅବତରଣ କରିଛନ୍ତି ବାଗଦେବୀ  ।   ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ  ।   ସଜେଇ ହୋଇଛି ସ୍କୁଲ, କଲେଜ ।   ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସବୁଠି ପୂଜା ପାଉଛନ୍ତି ମା’ ।  ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି  ।   ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ମା'ଙ୍କୁ ଆରଧନା କରୁଛନ୍ତି ବିଦ୍ୟାର୍ଥୀ  ।  ମନ୍ତ୍ର ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।

Advertisment

ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ  ।   ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ, ଏହି ଦିନ ଜ୍ଞାନର ଦେବୀ ମା' ସରସ୍ୱତୀ ଅବତାର ଗ୍ରହଣ କରିଥିଲେ ।   ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଡ଼ ଧୁମଧାମରେ ପୂଜା କରାଯାଉଛି  ।  

ଏଥିସହ  ତତ୍ପର ହୋଇଛି ଉଦଳା ସହର ।  କାରଣ ମା ସରସ୍ବତୀଙ୍କ ନାମ ପାଇଁ ଉଦଳା ବାଣିପୀଠ ନାମରେ ପରିଚିତ ।  ପୂଜା ପାଇଁ ସଜେଇ ହେଉଛି ଉଦଳା ସରସ୍ବତୀ ମନ୍ଦିର ।  ସାରା ରାଜ୍ୟରେ ଗୋଟିଏ ମାତ୍ର ସରସ୍ବତୀ ମନ୍ଦିର ଉଦଳା ଠାରେ ରହିଥିବା ବେଳେ ପୂଜା ପାଇଁ ସଜେଇ ହୋଇଛି । 

ମନ୍ଦିର ରଙ୍ଗ ହେବା ସହିତ ମରାମତି କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।  ଶ୍ରୀ ପଞ୍ଚମୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବାରୁ ତାହାକୁ ନଜରରେ ରଖି ଉଭୟ କମିଟି ଏବଂ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି । 
--