କନକବ୍ୟୁରୋ : ଆଜି ପବିତ୍ର ଶାମ୍ବ ଦଶମୀ । ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଆଜିର ଦିନରେ ସୂର୍ଯ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି ।

Advertisment

 ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି । ସେଠାରେ ଆସନ୍ତା ପବିତ୍ର ମାଘ ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିଥାନ୍ତି । ଯାହାକି ପବିତ୍ର ମାଘ ସପ୍ତମୀରେ ମହୋଦଧିରେ ମହାସ୍ନାନ କରିବା ପରେ ଅବଧୂତ ମଠକୁ ବାହୁଡ଼ି ଆସନ୍ତି । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି ।