କନକବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଅନୁକୂଳ ହେବ ରଥ କାଠ, ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ । ଆରମ୍ଭ ହୋଇଛି ଚାପ ନିର୍ମାଣ । ସଜେଇ ହେଉଛି ନନ୍ଦା, ସଜେଇ ହେଉଛି ଭଦ୍ରା । ସଜେଇ ହେଉଛି ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର । ସେପଟେ ରଥ ନିର୍ମାଣ ଅନୁକୂଳ ପାଇଁ ଚାଳି ପ୍ରସ୍ତୁତ କରିଛନ୍ତି ଭୋଇ ସେବାୟତ । ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳି ରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ରହିବ ୫ ପ୍ଲାଟୁନ ଫୋର୍ସ । ଗତ ବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବା ପୂରା ବାରଣ କରାଯାଇଛି । …
ଆଜି ପବିତ୍ର ଅକ୍ଷୟ ତୃତୀୟା , ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ଆଜି ଅନୁକୂଳ ହେବ ରଥ କାଠ
ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଅନୁକୂଳ ହେବ ରଥ କାଠ, ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ । ଆରମ୍ଭ ହୋଇଛି ଚାପ ନିର୍ମାଣ ।
/kanak/media/media_files/2025/04/30/xPIT8D5BQd1OW1Rwva6z.jpg)