କନକ ବ୍ୟୁରୋ : ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା, ଆଜି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜାମିନ ଉପରେ ହେବ ଶୁଣାଣି । ମହିଳାଙ୍କ ମୃତ୍ୟୁ ଘଟଣାରେ ଗିରଫ ହେବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ ଅଲ୍ଲୁ । ୧୪ ଦିନିଆ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ଆଜି ଶେଷ ହେଉଛି । ଏହାରି ମଧ୍ୟରେ ଆଜି ଜାମିନ ଉପରେ କୋର୍ଟ ଶୁଣାଣି କରିବାକୁ ଯାଉଛନ୍ତି।
ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଛନ୍ତି ଅଲ୍ଲୁଙ୍କ ସମର୍ଥକ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ ।