କନକ ବ୍ୟୁରୋ:  ଆଜି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମହାମୁକାବିଲା । ଅଷ୍ଟ୍ରେଲିଆକୁ ଭେଟିବେ ରୋହିତ ବାହିନୀ । ପଡ଼ିଆ ଭିନ୍ନ ହେଲେ ଦୁଷ୍ମନ ସମାନ। ୨୦୨୩ ବିଶ୍ବକପର ବଦଲା ନେବାକୁ ପ୍ରସ୍ତୁତ ରହିଛି ମେନ୍‌ ଇନ ବ୍ଲୁ । ଯାହାକୁ ନେଇ ପ୍ରତିଟି ଇଣ୍ଡିଆନ୍ସଙ୍କ ହାର୍ଟବିଟ୍ ଏବେଠୁ ଧକ୍ ଧକ୍ କରିବା ଆରମ୍ଭ କରିସାରିଛି। ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ରୋମାଞ୍ଚକୁ କଳ୍ପନା କରି ଫ୍ଲାନ୍ସଙ୍କ ହାର୍ଟବିଟ୍ ବଢ଼ିଗଲାଣି। ତେବେ କଣ ହେବ ସେମିଫାନାଲରେ । କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ। 

Advertisment

ଓପନିଂରେ ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ଫାଇଦା ଦେଇପାରେ। ସେପଟେ ଦୁବାଇର ପିଚରେ ଭାରତୀୟ ସ୍ପିନରଙ୍କ ଭଲ ପ୍ରଦର୍ଶନ ଟିମ ପାଇଁ ଆଡଭାଣ୍ଟେଜ ହୋଇପାରେ।ଏହି ପିଚରେ ତିନୋଟି ମ୍ୟାଚ ଖେଳି ଅପରାଜିତ ରହିଛି ଟିମ୍ ଇଣ୍ଡିଆ। ତେବେ ବିଜୟର ଏହି ଧାରାକୁ ବଜାୟ ରଖିବାକୁ ପ୍ରୟାସ କରିବେ ମେନ୍ ଇନ ବ୍ଲୁ। ରୋହିତ ଓ କୋହଲିଙ୍କ ଯୋଡିର ପରଫର୍ମାନ୍ସ ଉପରେ ରହିଛି ପୁରା ବିଶ୍ବର ନଜର୍। ଏହି ଯୋଡିର ଜଲୱା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ କ୍ରିକେଟ ଫ୍ଲାନ୍ସ। ଆଉ ଏହି ଯୋଡି ଚାଲିଲେ ଦୁବାଇର ପିଚରେ ଟିମ୍ ଇଣ୍ଡିଆ କଙ୍ଗାରୁ ଶିକାର କରିବା ଥୟ। ଏହି ବିଜୟ ଧାରା ବଜାୟ ରହିଲେ ଚାମ୍ପିୟନ ଟ୍ରଫି ୨୦୨୫ରେ କୌଣସି ମ୍ୟାଚ ନହାରି ସିଧା ଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ୍ ବନିଯିବ ଭାରତ।
ସେମିରେ ଭାରତ- ଅଷ୍ଟ୍ରେଲିଆ ଟକ୍କର
୨୦୨୩ ବିଶ୍ବକପ ପ୍ରତିଶୋଧ ଲକ୍ଷ୍ୟରେ ଭାରତ
ଭାରତକୁ ନିଜ ମାଟିରେ ହରାଇଥିଲା ଅଷ୍ଟ୍ରେଲିଆ
୧୦ରୁ ୧୦ ମ୍ୟାଚ ଜିତି ଫାଇନାଲ ଯାଇଥିଲା ଭାରତ
ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା ଟିମ ଇଣ୍ଡିଆ
୬ ୱିକେଟରେ ଭାରତକୁ ହାରିବାକୁ ପଡିଥିଲା
ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ଭାରତ

ଆଇସିସି ନକଆଉଟ୍ ରେକର୍ଡ
ଆଇସିସି ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆର ଦବବଦା ରହିଛି
୨୦୧୦ ପରଠୁ ଖେଳାଯାଇଥିବା ୪ ମ୍ୟାଚରୁ ୩ ଜିତିଛି କଙ୍ଗାରୁ ଦଳ
୨୦୧୧ ଓଡ଼ିଆଇ ବିଶ୍ବକପ ଲିଗ୍ ମ୍ୟାଚରେ ୫ ୱିକେଟରେ ଭାରତ ବିଜୟୀ
୨୦୧୫ ଓଡ଼ିଆଇ ବିଶ୍ବକପ ସେମିଫାଇନାଲ ୯୫ ରନରେ ଅଷ୍ଟ୍ରେଲିଆ ବିଜୟୀ
୨୦୨୩ ଓଡ଼ିଆଇ ବିଶ୍ବକପ ଫାଇନାଲରେ ୫ ୱିକେଟରେ ଜିତିଥିଲା କଙ୍ଗାରୁ ଦଳ
ବିଶ୍ବ ଟେଷ୍ଟ ଚାମ୍ପିୟନସିପ ୨୦୨୩ ୨୦୯ ରନରେ ଅଷ୍ଟ୍ରେଲିଆ ବିଜୟୀ
ଶେଷ ଥର ପାଇଁ ଭାରତ ୨୦୧୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା
୨୦୨୩ରେ ଭାରତ ଅଷ୍ଟ୍ରେଲିଆଠୁ ଦୁଇଟି ଫାଇନାଲ ହାରିଥିଲା
ଘରୋଇ ଗ୍ରାଉଣ୍ଡରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା

ଭାରତ-ଅଷ୍ଟ୍ରେଲିଆ ଓଡ଼ିଆଇ ରେକର୍ଡ
ଦୁଇ ଦେଶ ଖେଳିଛନ୍ତି ୧୫୧ ଓଡ଼ିଆଇ
୫୭ରେ ଭାରତ, ୮୪ରେ ଜିତିଛି ଅଷ୍ଟ୍ରେଲିଆ
ଘରୋଇ ମାଟିରେ ୩୩ ମ୍ୟାଚ ଜିତିଛି ଭାରତ
ଘରୋଇ ମାଟିରେ ୩୮ ମ୍ୟାଚ ଜିତିଛି ଅଷ୍ଟ୍ରେଲିଆ