କନକ ବ୍ୟୁରୋ: ଚଳିତ ଲିଜେଣ୍ଡସ୍ ଲିଗ୍ କ୍ରିକେଟର ଆଜି ଖେଳାଯିବ ଫାଇନାଲ ମ୍ୟାଚ । କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରି ଫ୍ଲେଅଫ୍ ଆସିଥିବା ଏହି ଦଳ କ୍ୱାଲିଫାୟାର-୧ରେ ସଦର୍ଣ୍ଣ ସୁପରଷ୍ଟାର ଠାରୁ ୭ୱିକେଟରେ ପରାସ୍ତ ହୋଇଥିଲା । ଶ୍ରୀନଗର ବକ୍ସି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କ୍ୱାଲିଫାୟାର -୨ ମ୍ୟାଚରେ ତୋୟମ୍ ହାଇଦ୍ରାବାଦକୁ ୧ ରନରେ ରୋମାଞ୍ଚକ ଭାବେ ହରାଇ ବିଜୟ ହାସଲ କରିଛି । ତୋୟମ ହାଇଦ୍ରାବାଦକୁ ଶେଷ ଓଭରରେ ୧୨ ରନର ଆବଶ୍ୟକତା ପଡୁଥିବା ବେଳେ ବୋଲିଂ ଭାର ସମ୍ଭାଳିଥିଲେ ଇର୍ଫାନ ପଠାନ୍ । ତୃତୀୟ ବଲରେ ଛକାର ଶିକାର ହୋଇଥିବା ବେଳେ ପରବର୍ତ୍ତୀ ୩ଟି ବଲରେ ୩ରନ୍ ଦରକାର ପଡୁଥିଲା । ଏଭଳି ସ୍ଥିତିରେ ଇର୍ଫାନ ପଠାନ ୧ୱିକେଟରେ ୧ ରନ୍ ଦେଇ ଦଳକୁ ବଡ଼ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଫାଇନାଲକୁ ପ୍ରବେଶ କରିଛି ଦଳ। ବୁଧବାର ସଦର୍ଣ୍ଣ ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଖେଳିବ ଫାଇନାଲ ।