ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ; ରତ୍ନଭଣ୍ଡାର ମରାମତି, ରତ୍ନ ଗଣତିମଣତି ନେଇ ହେବ ସବିଶେଷ ଆଲୋଚନା

ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ କମିଟି ବୈଠକ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତିମଣତି ନେଇ ହେବ ସବିଶେଷ ଆଲୋଚନା । ୧୬ ତାରିଖରୁ ଆରମ୍ଭ ହେବ ମରାମତି, ନୀତିକାନ୍ତି ପ୍ରଭାବିତ ନହେବା ନେଇ ବୈଠକରେ ନିଆଯିବ ନିଷ୍ପତ୍ତି।

05rt

କନକ ବ୍ୟୁରୋ: ଆଜି ବସିବ ଛତିଶା ନିଯୋଗ ବୈଠକ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତିମଣତି ନେଇ ବୈଠକରେ ହେବ ଆଲୋଚନା । ନୀତିକାନ୍ତି ପ୍ରଭାବିତ ନହୋଇ କିଭଳି ମରାମତି ପାଇଁ ସମୟ କଢାଯିବ ସେନେଇ ବୈଠକରେ ହେବ ନିଷ୍ପତ୍ତି।
 

ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ  ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା । 

ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍‌ । ଏବେ ମରାମତି ଓ ଗଣତି ମଣତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ବାକି ରହିଥିବା ବେଳେ ଆଜିର  ଛତିଶାନି‌ଯୋଗ ବୈଠକରେ କଣ ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ସହ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପହିଲି ଭୋଗ ନୀତି, ଜାନୁଆରି ୧୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ନୀତି ଓ ଜାନୁଆରି ୧୪ ତାରିଖରେ ମକରସଂକ୍ରାନ୍ତି ନୀତି ଉପରେ ଆଲୋଚନା କରାଯିବ। ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଦର କାର୍ୟ୍ୟାଳୟ ଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ନିମ୍ନଲିଖିତ ବିଷୟସୂଚୀ ଉପରେ ଆଲୋଚନା କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe