କନକ ବ୍ୟୁରୋ: ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଲୌହମାନବନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଗୁଜରାଟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱାଧୀନତା ପାଇଁ ସର୍ଦ୍ଦାର ପଟେଲ ଅଦ୍ୱିତୀୟ ଅବଦାନ ରଖିଥିଲେ । ଯାହା ପରେ ସର୍ଦ୍ଦାର ପଟେଲଙ୍କୁ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଭାବରେ ନିୟୋଜିତ କରାଯାଇଥିଲା, ଏବଂ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ ହୋଇଥିଲା । ପଟେଲଙ୍କୁ ଦେଶର ପ୍ରଥମ ଗୃହମନ୍ତ୍ରୀ କରାଯାଇଥିଲା । ତାଙ୍କୁ ଆହୁରି ଅନେକ ଦାୟିତ୍ୱ ଦିଆଯାଇଥିଲା । ସବୁଠାରୁ ବଡ ଆହ୍ୱାନ ହେଲା ଛୋଟ ଛୋଟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣ । ଭାରତ ସରକାରଙ୍କ ଅଧୀନରେ ଛୋଟ ଏବଂ ବଡ ରାଜା, ନବାବଙ୍କୁ ମନାଇ ରାଜ୍ୟକୁ ମିଶାଇବା ଏତେ ସହଜ ନଥିଲା, କିନ୍ତୁ ଯୁଦ୍ଧ ବିନା ସର୍ଦ୍ଦାର ପଟେଲ ୫୬୨ ଟି ଛୋଟ ବଡ ରାଜ୍ୟକୁ ମିଶ୍ରଣ କରିଥିଲେ ।
ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ: ଗୁଜରାଟ କାମ୍ବୋଡ଼ିଆରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ ।