କନକବ୍ୟୁରୋ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ବିଜୁ ବାବୁଙ୍କ ଜୟନ୍ତୀକୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର ।  ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ   ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।  ଜୟଦେବ ଭବନରେ ହେବାକୁ ଥିବା ଜୟନ୍ତୀ ସମାରୋହରେ ଉପସ୍ଥିତ ରହିବାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । 

Advertisment

ଅନ୍ୟପଟେ ବିଜୁ ଜୟନ୍ତୀରେ ପଂଚାୟତିରାଜ ଦିବସ ପାଳନ ନକରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି  ।  ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି  ।  ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବା ସହ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ  ।  ସେପଟେ ମୋହନ ମାଝୀ ଙ୍କ ଚିଠିକୁ ବିଜେଡି ନିନ୍ଦା କରିଛି   ।  ଏହି ଚିଠି ଏ ଯାଏଁ ପଂହଚିନାହିଁ ବୋଲି କହିଛି ଦଳ   ।   ୬ ତାରିଖରେ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ ସଭା କରିବ ।  ସେପଟେ ଆଇନମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗରେ ରାଜନୀତି କରାନଯାଉ ।      

ସେପଟେ ପଂଚାୟତିରାଜ ଦିବସକୁ ଆଜି ପାଳନ କରିବା ଦାବିରେ ବିଜେଡି ନେତା ମଙ୍ଗଳବାର ଭୁବନେଶ୍ବରର ଏୟାରପୋର୍ଟ ଛକରେ ଥିବା ବିଜୁ ପଟ୍ଟୟନାୟକ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।  ଏହା ସହ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରତିବାଦରେ ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ । ଏଥିରେ ପ୍ରଣବପ୍ରକାଶ ଦାସ, ଦେବୀ ମିଶ୍ର, ସଂଜୟ ଦାସ ବର୍ମା  ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଦଳର ଅନେକ ବିଧାୟକ ଉପସ୍ଥିତ ଥିଲେ ।