କନକବ୍ୟୁରୋ : ଭାରତୀୟ ସ୍ୱାଧିନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋସଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବରପୁତ୍ରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇ ଦେଶପ୍ରେମରେ ସାରା ଦେଶ ମନେପକାଉଛି  ।  

Advertisment

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ  । ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ  । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି ।

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଲୋକମାନେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ । ବାରବାଟୀ ଦୁର୍ଗ ଭିତରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରିବା ସହ ନେତାଜୀ ସଂପର୍କିତ ବିଭିନ୍ନ ପ୍ରଦର୍ଶନୀ ଆୟୋଜିତ ହେବ  । ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । 
     
ସ୍ୱାଧିନତା ସଂଗ୍ରାମର ଅଗ୍ରଣୀ ସେନାନାୟକ ଥିଲେ 
୧୮୯୭ ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ 
ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲ ସୁଭାଷ ବୋଷ 
କୋଲକାତାର ପ୍ରେସିଡେନସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ
୧୯୨୦ ମସିହାରେ ଇଂଲଣ୍ଡରେ ଆଇସିଏସରେ ଉତ୍ତୀର୍ଣ୍ଣ ହୋଇଥିଲେ 

ଦୟାନନ୍ଦ ସରସ୍ୱତୀ ଓ ରବିନ୍ଦ୍ରନାଥ ଟାଗୋର ବିଚାରଧାରାରେ ପ୍ରଭାବିତ ହୋଇଥିଲେ
୧୯୨୧ ମସିହାରେ ଆଇସିଏସରୁ ଇସ୍ତଫା ଦେଇ ଭାରତ ଫେରିଆସିଥିଲେ 
୧୯୩୮ରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ସୁଭାଷ ବୋଷ 
ଇଂରେଜଙ୍କ ଆଗରେ କଂଗ୍ରେସ ପକ୍ଷରୁ ସଂପୂର୍ଣ୍ଣ ସ୍ୱାଧିନତା ଦାବି କରିଥିଲେ  
୧୯୩୯ ମସିହାରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ 
୧୯୩୯ ମେ ୩ ତାରିଖରେ ଫରୱାର୍ଡ ବ୍ଲକ ନାଁରେ ନିଜ ପାର୍ଟି ସ୍ଥାପନ କରିଥିଲେ 
୧୯୩୯ ମସିହାରେ ସୁଭାଷଙ୍କ ସହ ଫରୱାର୍ଡ ବ୍ଲକ ନେତାଙ୍କୁ ନଜରବନ୍ଦୀ କଲେ ଇଂରେଜ 

୧୯୪୧ ମସିହା ଜାନୁଆରି ୧୬ରେ ଛଦ୍ମବେଶରେ ଭାରତରୁ ପଳାୟନ କଲେ 
ଆଫଗାନିସ୍ତାନ, ଇରାନ ଦେଇ ୧୯୪୨ରେ ଜର୍ମାନୀ ପହଞ୍ଚି ହିଟଲରଙ୍କୁ ଭେଟିଥିଲେ 
୧୯୪୩ ଅକ୍ଟୋବର ୨୧ରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ 
୧୯୪୩ ଜୁଲାଇ ୫ରେ ଦିଲ୍ଲୀଚଲୋ ଡାକରା ଦେଇଥିଲେ 
୧୯୪୪ରେ ଆଜାଦହିନ୍ଦ ଫୌଜ ଭାରତର କିଛି ପ୍ରଦେଶକୁ କବଜା କରିଥିଲେ
ନେତାଜୀଙ୍କ ମୃତ୍ୟୁ ନେଇ ଏବେ ବି ରହସ୍ୟ ଘେରରେ ରହିଛି 

ସେହିପରି  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୬ ତମ ଜନ୍ମ ଜୟନ୍ତୀ  । ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ୱାଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ସାମିଲ ହେବେ  ।  ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ରାଲି କରାଯିବାର କାର୍ଯ୍ୟକ୍ରମ ରହିଛି  ।  ସେହିପରି ସମ୍ୱଲପୁର ଜେଲ ଛକରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଛି  ।  

ପ୍ରତିଟି ଓଡ଼ିଆଙ୍କ ଗର୍ବ ବିଶିଷ୍ଟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ
ତାଙ୍କ ବିରତ୍ୱର ଗାଥା ସ୍ୱାଧିନତା ସଂଗ୍ରାମରେ ନିଶ୍ଚିତ ଭାବେ ବିରଳ ଘଟଣା
୧୮୦୯ ଜାନୁଆରି ୨୩ରେ ଜନ୍ମ ଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ 
ସମ୍ୱଲପୁର ନିକଟ ଖିଣ୍ଡା ଗାଁ ସୁରେନ୍ଦ୍ର ସାଏଙ୍କ ପୈତୃକ ଗାଁ 
ଚୌହାନ ବଂଶର ସମ୍ୱଲପୁର ମହାରାଜ ମଧୁକର ସାଏଙ୍କ ବଂଶଧର 
ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ 

୧୮୨୭ ମସିହାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ ସୁରେନ୍ଦ୍ର ସାଏ
ଦୁର୍ଗମ ଜଙ୍ଗଲ ଓ ପାହାଡରେ ଗରିଲା ଯୁଦ୍ଧ କରି ଇଂରେଜଙ୍କୁ ନାକେଦମ କରିଥିଲେ
୧୮୫୭ ମସିହା ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ କୁହାଯାଏ 
ଏହାର ୩୦ ବର୍ଷ ପୂର୍ବରୁ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ 
୧୮୨୭ରୁ ୧୮୪୦ ମଧ୍ୟରେ ଇଂରେଜ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ 
୧୮୪୦ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରି ହଜାରୀବାଗ ଜେଲ ପଠାଗଲା  

୧୮୫୭ ସିପାହୀ ବିଦ୍ରୋହ ସମୟରେ ହଜାରୀବାଗ ଜେଲ ଖୋଲିଦେଇଥିଲେ ସିପାହୀ 
ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ଜେଲରୁ ବାହାରି ସମ୍ୱଲପୁର ଆସିଥିଲେ 
ଦୀର୍ଘ ୧୭ ବର୍ଷ ଜେଲରେ ରହିବା ସତ୍ତ୍ବେ ସୁରେନ୍ଦ୍ରଙ୍କ ମନୋବଳ ଭାଙ୍ଗିନଥିଲା
ସମ୍ୱଲପୁରର ଆଦିବାସୀ, ଜମିଦାର, ଗୌନ୍ତିଆଙ୍କୁ ନେଇ ସଶସ୍ତ୍ର ବାହିନୀ ଗଠନ କରିଥିଲେ 

୧୮୫୭ ଅକ୍ଟୋବର ୭ରେ ୧୫୦୦ ସଶସ୍ତ୍ର ବାହିନୀ ସହ ସମ୍ୱଲପୁର ମାର୍ଚ୍ଚ କରିଥିଲେ 
ସମ୍ୱଲପୁର ରାଜବାଟୀକୁ କବଜା କରିଥିଲେ ସୁରେନ୍ଦ୍ର ସାଏ 
ଅସହାୟ ସମ୍ୱଲପୁର ଡେପୁଟି କମିଶନର ସହାୟତା ପାଇଁ ଚିଠି ଲେଖିଥିଲେ 

ଇଂରେଜ ସୈନ୍ୟ ଆସିବା ପରେ ଜଙ୍ଗଲରେ ଆତ୍ମଗୋପନ କରି ଗରିଲା ଯୁଦ୍ଧ ଲଢିଥିଲେ 
୧୮୫୭ରୁ ୧୮୬୨ ଯାଏଁ ଗରିଲ୍ଲା ଯୁଦ୍ଧ ଜାରି ରଖିଥିଲେ ସୁରେନ୍ଦ୍ର ସାଏ 
୧୮୬୪ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ଧରାପଡିଥିଲେ 
ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡକିଲା ଜେଲକୁ ପଠାଯାଇଥିଲା 
ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ ୨୦ ବର୍ଷ ଜେଲରେ ରହିଲେ ବୀର ସୁରେନ୍ଦ୍ର ସାଏ
୧୮୮୪ ଫେବୃଆରି ୨୮ରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ