କନକ ବ୍ୟୁରୋ: ଆଜି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡିବେ ଧନୀ ମହିଳା । ତିନି ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ୩ ବିଭାଗ ରିପୋର୍ଟ ଆଧାରରେ ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏଥିସହ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ।
ଆଜି ସୁଭଦ୍ରା ସମୀକ୍ଷା ବୈଠକ ; ବାଦ୍ ପଡିପାରନ୍ତି ଧନୀ ମହିଳା
ଆଜି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡିପାରନ୍ତି କିଛି ଧନୀ ମହିଳା । ତିନି ବିଭାଗ ରିପୋର୍ଟ ଆଧାରରେ ହେବ ସମୀକ୍ଷା । ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବା ନେଇ ମଧ୍ୟ ହୋଇପାରେ ନିଷ୍ପତ୍ତି ।
/kanak/media/media_files/2025/09/10/6-2025-09-10-07-52-39.jpg)