ରାମନବମୀରେ ସଜେଇ ହୋଇଛି ଅଯୋଧ୍ୟା ; ଛୁଟୁଛନ୍ତି ଭକ୍ତ , ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଗୁପ୍ତ ନୀତି

ଆଜି ରାମନବମୀ । ପ୍ରଭୁ ଶ୍ରୀରାମ ଲାଲାଙ୍କ ଜନ୍ମତିଥି । ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଜନ୍ମ ନଗରୀ ଅଯୋଧ୍ୟା । ଭକ୍ତଙ୍କ ମନରେ ନାହିଁନଥିବା ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ।

Sri Ram

Sri Ram Photograph: (Kanaknews)

କନକ ବ୍ୟୁରୋ: ଆଜି ରାମନବମୀ । ପ୍ରଭୁ ଶ୍ରୀରାମ ଲାଲାଙ୍କ ଜନ୍ମତିଥି । ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଜନ୍ମ ନଗରୀ ଅଯୋଧ୍ୟା । ଭକ୍ତଙ୍କ ମନରେ ନାହିଁନଥିବା ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ଅଭୁତପୂର୍ବ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଡ୍ରୋନ ଯୋଗେ ପବିତ୍ର ସରଜୁ ନଦୀର ପାଣିକୁ ଶ୍ରଦ୍ଧାଳୁଙ୍କ ଉପରେ ସିଞ୍ଚନ କରାଯାଉଛି । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂରା ଅଯୋଧ୍ୟା । ଆସନ୍ତାକାଲି ରାମ ନବମୀ ପାଇଁ ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆକଳନ କରାଯାଇଛି । ସେହିପରି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମ ଲାଲାଙ୍କ ସୂର୍ଯ୍ୟ ତିଳକର ବ୍ୟବସ୍ଥା କରାଯାଇଛି । ଆଇଆଇଟି ଚେନ୍ନାଇ ସହ ବିଭିନ୍ନ ସଂସ୍ଥାର ବିଜ୍ଞାନିକଙ୍କ ଉପସ୍ଥିତିରେ ଏହାର ଟ୍ରାଏଲ ମଧ୍ୟ କରାଯାଇଛି ।

ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ଶ୍ରୀରାମନବମୀ। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ । ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହେବ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବ। ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଇଥିଲା। ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାର ଠାରେ ଚରୁଭାତ ମଣୋହୀ କରାଇବେ। ସେପଟେ ଆଜି  ରାମନବମୀର ପବିତ୍ର ତିଥିରେ ରଥକାଠ ଚିରଟ ଅନୁକୂଳ କରାଯିବ। ଏଥିପାଇଁ ମାଳ ମାହାର୍ଦ୍ଧ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟକ ଖପୁରିଆ ଅଭିମୁଖେ ୫ଜଣିଆ ଶ୍ରୀମନ୍ଦିର ପ୍ରତିନିଧି ଦଳ ଯାଇ ଅନୁକୂଳ କରାଯିବ। ଅନ୍ୟପଟରେ ଆଜିର ତିଥିରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe