ଆଜି ରଜ ସଂକ୍ରାନ୍ତି : ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ଆଜି ରଜ ସଂକ୍ରାନ୍ତି, ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ ।  ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ

raja sankranti

Photograph: (kanaknews)

କନକବ୍ୟୁରୋ : ଆଜି ରଜ ସଂକ୍ରାନ୍ତି, ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ ।  ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା  ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ ।

ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି ।  କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି । ସେହିପରି ସକାଳୁ ସକାଳୁ ପୁରୀ ଜଗନ୍ନାଥ ଧାମ ସହ ରାଜ୍ୟର ବିଭିନ୍ନ ଦେବାଳୟ ମାନଙ୍କରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe