କନକ ବ୍ୟୁରୋ: ଆଜି ଭୋଟ ଦେବ ଆମେରିକା । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ। ଏହାକୁ ନେଇ ବଢୁଛି ଉତ୍କଣ୍ଠା ।
ଆଉ କିଛି ଘଣ୍ଟା ପରେ ହ୍ୱାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ। ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି । ତେବେ ମ୍ୟଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ ଏଣ୍ଟ୍ରି ମାରିବେ ତାକୁ ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେବେ। ରାଜନୀତି ବିଶାରଦଙ୍କ କହିବା କଥା ଚଳିତ ନିର୍ବାଚନରେ ପେନସଲଭେନିଆ ଏବଂ ମିସଗନ୍ ଏହି ଦୁଇ ରାଜ୍ୟ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ।ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶୈଦ୍ଭବ କମଲା ହାରିସ। ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉଭୟଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ। ଜାନୁଆରୀ ୬ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ। ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।