କନକବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଁଆ ହେବେ ବଡ ଠାକୁର , ଏନେଇ ଗତକାଲି ଶ୍ରୀଜିଉଙ୍କ ମାମୁଁଘରୁ ପୋଢୁଁଆ ଭାର ଆସିବା ପରେ ଆଜି ଶ୍ରୀମନ୍ଦିରରେ ପୋଢୁଁଆ ହେବେ ବଡ ଦିଁଅ । ଶ୍ରୀଜିଉଙ୍କ ପାଟ ବସ୍ତ୍ର କ୍ଷୀରି ପାଇଁ ନଡିଆ, ଗୁଡ ଛେନା କଦଳୀ ସହ ବିଭିନ୍ନ ପ୍ରକାର ଫଳ ମୂଳ ଇତ୍ୟାଦି ମାମୁଁଘରୁ ଆସି ଶ୍ରୀମନ୍ଦିରରେ ପହଂଚିଥିଲା ।
ଆଜି ପ୍ରଥମାଷ୍ଟମୀ ନେଇ ଶ୍ରୀମନ୍ଦିରରେ କରାଯିବ ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କୁ ନବବସ୍ତ୍ର ଲାଗି ହେବା ସହ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ । ଛେନାପ୍ରସାଦ ଭୋଗ ସରିବା ପରେ ଭୋଗମଣ୍ଡପ ୩ ବାଡରେ ମଇଲମ କରାଯାଇ ମହାସ୍ନାନ ନୀତି ସମାପନ କରାଯିବ ।
ଏହାପରେ ପାଳିଆ ପୁଷ୍ପାଳକ ମାନେ ମହାପ୍ରଭୁଙ୍କୁ ନବବସ୍ତ୍ର ପରିଧାନ କରିବା ସହ ଚନ୍ଦନ ବିଜେ କରାଯିବ । ଏହାପରେ ତତପର ବେଶ ପରେ ଅଳଙ୍କାର ବିମଣ୍ଡିତ ହୋଇ ମହାପ୍ରଭୁଙ୍କୁ କର୍ପୁର ଲାଗି କରି ପୁଷ୍ପାଳକ ମାନେ ମହାପ୍ରଭୁଙ୍କୁ ସିଂହାସନରୁ ଓହ୍ଲାଇ ଆଣିଥାନ୍ତି । ଏଥିସହ ଆଜି ସବୁଠି ଉତ୍ସବ ମୁଖର ଦେଖିବାପାଇଁ ମିଳେ ପ୍ରଥମାଷ୍ଟମୀରେ । ଏହି ଦିନରେ ଚାରିଆଡେ ବଡମାନଙ୍କୁ ପୂଜା କରିବା ପରେ ପିଠାପଣା କରାଯାଇଥାଏ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/23/v72UgXh3fpGkjnM5lvhc.jpg)