ଆଜି ପଖାଳ ଦିବସ, କୁଡିଆ ଠାରୁ ପଞ୍ଚତାରକା ହୋଟେଲରେ ଜମିବ ପଖାଳ ଆସର, ଅଭିଯାନରେ ସାମିଲ ହେଉଛନ୍ତି ପ୍ରବାସୀ ଓଡିଆ

ଓଡ଼ିଆ ସଂସ୍କୃତି  ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି।

þKZòþKòZþ}

KþqòþòþZòþ

କନକ ବ୍ୟୁରୋ : ଆଜି ପଖାଳ ଦିବସ, ଚାଳଘରର ମାଟି ଚଟାଣଠୁ ନେଇ ଫାଇଭଷ୍ଟାର ହୋଟେଲର ଡାଇନିଂରେ ଜମିବ ପଖାଳର ଆସର। ବେଶ୍ କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇଆସୁଛି। ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପଖାଳ ଦିବସରେ ନିଜକୁ ସାମିଲ କରୁଛନ୍ତି। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଓଡ଼ିଆ ସଂସ୍କୃତି  ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି। ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତି ହେଉଥିଲେ ଆଜି ଦିନରେ ପଖାଳର ସ୍ବତନ୍ତ୍ର ଆୟୋଜନ ହୋଇଥାଏ। ସହରର ପାନ୍ଥନିବାସ ଠାରୁ ଆରମ୍ଭ କରି  ବଡ ହୋ‌‌ଟେଲରେ ବିଭିନ୍ନ ପଖାଳ ଦିବସ ପାଳନ ହେବାକୁ ଯାଉଛି। କେବଳ ହୋଟେଲ, ରେସ୍ତୋରାଁ ନୁହେଁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe