ଆଜି ଜାତୀୟ ଦୁଗ୍ଧ ଦିବସ : ଜାଣନ୍ତୁ ଏହି ଦିବସର କଣ ରହିଛି ମହତ୍ତ୍ବ..

ସାରା ଦେଶରେ ନଭେମ୍ଵର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ  ।  କିନ୍ତୁ ଏହି ଦିବସର ମହତ୍ଵ  ହୁଏତ ଅନେକଙ୍କୁ  ଜଣା ନ ଥାଇପା‌ରେ ।  ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ ଦିବସକୁ  ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ  ।

milk day

Photograph: (kanaknews)

କନକବ୍ୟୁରୋ : ସାରା ଦେଶରେ ନଭେମ୍ଵର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ  ।  କିନ୍ତୁ ଏହି ଦିବସର ମହତ୍ଵ  ହୁଏତ ଅନେକଙ୍କୁ  ଜଣା ନ ଥାଇପା‌ରେ ।  ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ ଦିବସକୁ  ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ  ।

ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।  ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ  ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା ।  

ଅଧିକ ପଢନ୍ତୁ...  ଶୀତଦିନେ ଏମିତି ନିଅନ୍ତୁ ନିଜ ଶରୀର ର ଯତ୍ନ ..

୧୯୪୮ ମସିହାରେ ଆମେରିକାର ମିସିଗାନ  ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା ।
ଦେଶକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ତଥା କୃଷକଙ୍କ ଅବସ୍ଥାରେ ସୁଧାର ପାଇଁ ସେ ତ୍ରିଭୁବନ ବାଇ ପଟେଲଙ୍କ ସହ ମିଶି ଗୁଜୁରାଟର ଖେଡା ଜିଲ୍ଲାରେ ସରକାରୀ ସମବାୟ ସମିତିର ଶୁଭାରମ୍ଭ କରିଥିଲେ ଭର୍ଗିଜ୍  ।   

୧୯୪୯ ମସିହାରେ ଭର୍ଗିଜ ଗୁଜୁରାଟର ଦୁଇଟି ଗ୍ରାମର ସହଯୋଗିତାରେ ଏକ ଦୁଗ୍ଧ ସହକାରିତା ସଂଘ ଗଠନ କରିଥିଲେ । ମଇଁଷି ଦୁଗ୍ଧରେ ମିଲ୍କ ପାଉଡର୍  ତିଆରି କରିବାରେ ବିଶ୍ବରେ ଭର୍ଗିଜ ଥିଲେ ପ୍ରଥମ । କାରଣ ପୂର୍ବରୁ କେବଳ ଗାଈ ଦୁଗ୍ଧରେ ହିଁ ପାଉଡର ତିଆରି କରାଯାଉଥିଲା । ଏହାପରେ ଗୁଜୁରାଟର ଆନନ୍ଦରେ ଅମୁଲର ମୂଳଦୁଆ ପଡ଼ିଥିଲା।
ଶ୍ବେତ ଆନ୍ଦୋଳନର ଜନକ ଭର୍ଗିଜଙ୍କ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଲାଗି  ‘ଅପରେସନ ଫ୍ଲଡ’ କାର୍ଯ୍ୟକ୍ରମ ହାତକୁ ନେଲେ ।  ଏହା  ଭାରତରେ ଥିବା ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତି  କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା  ।   ଭର୍ଗିଜଙ୍କ ଉଦ୍ୟମ  ଦୁଗ୍ଧ ଉତ୍ପାଦନକୁ ନେଇ ସଂଘର୍ଷ କରୁଥିବା ଭାରତକୁ ବିଶ୍ଵର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଭାବେ ଗଢିତୋଳିଥିଲା । ତାଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ରମନ୍ ମେଗସେସେ ପୁରସ୍କାର,  ପଦ୍ମ ବିଭୂଷଣ ଉପାଧି ତଥା ବିଶ୍ଵ ଖାଦ୍ୟ ପୁରସ୍କାରରେ  ସମ୍ମାନିତ କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe