ଧରାବତରଣ କଲେ ବିଶ୍ୱନିୟନ୍ତା ଶ୍ରୀକୃଷ୍ଣ । ଆଜି ନନ୍ଦୋତ୍ସବ ପାଇଁ ମଥୁରା, ବୃନ୍ଦାବନ ସହ ଦେଶବ୍ୟାପୀ ଉତ୍ସବମୁଖର ।

ଧରାବତରଣ କଲେ ବିଶ୍ୱନିୟନ୍ତା ଶ୍ରୀକୃଷ୍ଣ । ଆଜି ନନ୍ଦୋତ୍ସବ ପାଇଁ ମଥୁରା, ବୃନ୍ଦାବନ ସହ ଦେଶବ୍ୟାପୀ ଉତ୍ସବମୁଖର । ଭଜନ କୀର୍ତ୍ତନରେ କମ୍ପୁଛି ପରିବେଶ । ଆଜି ନନ୍ଦତ୍ସୋବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ।

nandalala

କନକ ବ୍ୟୁରୋ: ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଶ୍ୱନିୟନ୍ତା ଶ୍ରୀକୃଷ୍ଣ । ଏହାପରେ ଆଜି ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । 

ଜନ୍ମାଷ୍ଟମୀକୁ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଥିବା ବେଳେ ମଥୁରା-ବୃନ୍ଦାବନ, ଜଗନ୍ନାଥ ପୁରୀ, ଦ୍ୱାରିକାଧୀଶ ମନ୍ଦିର ଓ ସମସ୍ତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀର ବିଶେଷ ମହତ୍ୱ ରହିଛି। ଏହିସବୁ ସ୍ଥାନରେ ଜନ୍ମାଷ୍ଟମୀ ଅବସରରେ ଭବ୍ୟ ସାଜସଜ୍ଜା, ଭକ୍ତି ସଙ୍ଗୀତ ଏବଂ ସ୍ୱତନ୍ତ୍ର ଆଳତି ହୋଇଥାଏ। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏହି ମନ୍ଦିରକୁ ଯାଇ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ସହ ତାଙ୍କ ଜନ୍ମ ଉତ୍ସବ ପାଳନ କରିଥାନ୍ତି। ଜନ୍ମାଷ୍ଟମୀ ସମୟରେ ହେଉଥିବା ପର୍ବପର୍ବାଣୀରେ ଏହି ମନ୍ଦିରଗୁଡ଼ିକ ହଜାର ହଜାର ଲୋକଙ୍କୁ ଆକର୍ଷିତ କରିଥାଏ। ମଥୁରାର ମୁଖ୍ୟ ଆକର୍ଷଣ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ରତ୍ନଖଚିତ ଅଳଙ୍କାର, ହଳଦିଆ ବସ୍ତ୍ର ଓ ମୁକୁଟରେ ସଜ୍ଜିତ ହୋଇ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ବିଜେ କରାଯାଇଥିଲା। 

ସେହିପରି ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ଶ୍ରୀମନ୍ଦିରରେ ପ୍ରଭୁ ବାଙ୍କେ ବିହାରୀଙ୍କ ଉପରେ ବିଭିନ୍ନ ଅଳଙ୍କାର ପିନ୍ଧାଯାଇଥାଏ। ଭକ୍ତମାନେ ମନ୍ଦିରରେ ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ଧାର୍ମିକ କାର୍ୟ୍ୟକ୍ରମ କରି ନିଜର ଭକ୍ତି ଜଣାଇଛନ୍ତି। ସେହିପରି ଆଜି ନନ୍ଦୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe