Mahatma gandhi Photograph: (kanakNews)
କନକ ବ୍ୟୁରୋ: ଜାନୁଆରୀ ୩୦ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ଆଜି ବାପୁଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ରାଜଘାଟ ସ୍ଥିତ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଦେଶର ସ୍ବାଧିନତା ପାଇଁ ବଳି ଦାସ ଦେଶ ସବୁବେଳେ ମନେରଖିଛି।
୧୯୪୮ ଜାନୁଆରା ୩୦ ତାରିଖ ସକାଳ ସମୟରେ ବିର୍ଲା ହାଉସ୍ ନିକଟରେ ପ୍ରାର୍ଥନା ଚାଲିଥିବାବେଳେ ଗାନ୍ଧୀଜୀଙ୍କୁ ଗୁଳି କରି ହତ୍ୟା କରଇଥିଲେ ନାଥୁରାମ ଗଡସେ । ଆଉ ’ ହେ ରାମ’ କହି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମହାତ୍ମା । ବାପୁଙ୍କୁ ସମ୍ମାନ ଓ ଶ୍ରଦ୍ଧା ଅର୍ପଣ କରିବା ଉଦ୍ଦେଶ୍ୟରେ ଏହି ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ପ୍ରେରଣା ଓ ସତ୍ୟର ଶକ୍ତି ସେ ସମୟରେ ଇଂରେଜମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ । ଦେଶ ପ୍ରତି ତାଙ୍କ ବଳିଦାନ ପାଇଁ ପ୍ରତିଟି ହୃଦୟରେ ସବୁବେଳେ ବଞ୍ଚି ରହିବେ ଗାନ୍ଧୀଜୀ।
Follow Us