ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ, ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା

Advertisment

ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା । ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିବେ ଦଣ୍ଡପାଟୁଆ ।

ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା । ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିବେ ଦଣ୍ଡପାଟୁଆ ।

ଆଜି ଓଡ଼ିଆ ନୂଆବର୍ଷ

ଆଜି ଓଡ଼ିଆ ନୂଆବର୍ଷ Photograph: (kanakNews)

କନକ ବ୍ୟୁରୋ: ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି । ତାସହ ଓଡ଼ିଆ ନବବର୍ଷ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ ହେବ । 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି । ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ ଏବଂ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମଧାମ୍‌ରେ ପାଳିତ ହୁଏ । ଦଣ୍ଡପାଟୁଆ ମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥାନ୍ତି। ଏସବୁ ସହିତ ଆଜି ହେଉଛି ମହାବୀର ହନୁମାନଙ୍କ ଜୟନ୍ତୀ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe